ମହିଳାଙ୍କୁ ବିଜେପି ବିଧାୟକଙ୍କ ଦୁର୍ବ୍ୟବହାର: ଭିଡିଓ ଭାଇରାଲ

Spread the love

ବେଙ୍ଗାଲୁର: କର୍ଣ୍ଣାଟକର ବିଜେପି ବିଧାୟକ ବରବିନ୍ଦ ଲିମ୍ବାବଳୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।  ଜଣେ ମହିଳାଙ୍କୁ ଧମକାଇବା ଦେଖିବାକୁ ମିଳୁଛି ଭିଡିଓରେ। ମହିଳାଙ୍କ ବିରୋଧରେ ବିଧାୟକଙ୍କ କହିବାରୁ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ ବହୁ ସମୟ ଥାନାରେ ଅଟକ ରଖି ଛାଡି ଦେଇଛି।

ବେଙ୍ଗାଲୁରୁର ଏକ କମର୍ସିଆଲ ବିଲ୍ଡିଂର କାନ୍ଥକୁ ଜିଲ୍ଲା ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲା।  ଏହି କାନ୍ଥଟି ଜଣେ ମହିଳା ବ୍ୟବସାୟୀ ସଗାୟ ମେରୀଙ୍କ ଦ୍ବାରା ନିର୍ମାଣ ହୋଇଥିଲା। ସେ ଏହାକୁ ନେଇ  ବିଧାୟକ ଲିମ୍ବାବଳୀଙ୍କୁ ଭେଟି ଅଭିଯୋଗ କରିଥିଲେ।

କିନ୍ତୁ ବିଧାୟକ ମହିଳାଙ୍କ ଅଭିଯୋଗ ଶୁଣିବେ କଣ ଓଲଟା ତାଙ୍କୁ ନାନା ଭାବେ ଗାଳିମନ୍ଦି ଦେଇ ଦୁର୍ବ୍ୟବହାର କରିଥିଲେ। ଏମିତି କି ତାଙ୍କୁ ଜେଲରେ ପୁରାଇବାକୁ ମଧ୍ୟ ଧମକ ଦେଇଥିଲେ। ମହିଳାଙ୍କ ପ୍ରତି ବିଧାୟକଙ୍କ ଦୁର୍ବ୍ୟବହାର କେହି ଭିଡିଓ କରି ସୋସିଆଲ ମିଡିଆରେ ଛାଡି ଦେଇଛି।

ସୂଚନା ଯୋଗ୍ୟ, ବେଙ୍ଗାଲୁରୁ ୱାଟର ସପ୍ଲାଇ ବୋର୍ଡର ଅଭିଯୋଗ ଥିଲା, କମର୍ସିଆଲ ବିଲ୍ଡିଂର ସେହି କାନ୍ଥ ଥିବା ଅଂଶ ଡ୍ରେନ ଉପରେ ନିର୍ମିତ ହୋଇଛି। କିନ୍ତୁ ମହିଳା କହିଛନ୍ତି ସରକାରୀ ସର୍ଭେୟରଙ୍କ ଦ୍ବାରା ସର୍ଭେ କରିବା ପରେ ସେହି କାନ୍ଥ ନିର୍ମାଣ କରିଥିଲେ।

Leave a Reply

Your email address will not be published. Required fields are marked *