Malkangiriଅବିଭାଗିକୃତ
ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ର

ମାଲକାନଗିରି: ଦୀର୍ଘଦିନ ଧରି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଜାରୀ ରହିଛି ଅବ୍ୟବସ୍ଥା। ଏନେଇ ଛାତ୍ରଛାତ୍ରୀ ଅଭିଯୋଗ କଲେ ମଧ୍ୟ ସ୍କୁଲ କର୍ତ୍ତୁପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା କର୍ଣ୍ଣପାତ କରୁନାହାନ୍ତି। ପ୍ରତି ମାସରେ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଚାଉଳକୁ ହଷ୍ଟେଲର ୱାର୍ଡନ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ୱାର୍ଡନଙ୍କ ଝିଅକୁ ଧରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯାଉଛି। ଏପଟେ ହଷ୍ଟେଲରେ ପାନୀୟ ଜଳର ସୁବିଧା ନଥିବା ବେଳେ ପାଇଖାନା ବ୍ୟବସ୍ତା ନ ଥିବା ମଧ୍ୟ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଛାତ୍ର ମାନେ ଡ୍ରେନ ସଫା କରୁଥିବା ବେଳେ ୱାର୍ଡନଙ୍କ ସମସ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ଅତିଷ୍ଠ ହୋଇ ପ୍ରାୟ 15 ରୁ 20 ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛନ୍ତି।