ରାଜନୀତିରାଜ୍ୟ

ଫଟୋଗ୍ରାଫି ଉପରୁ ଉଠିଲା କଟକଣା

ବେଙ୍ଗାଲୁରୁ: କର୍ଣ୍ଣଟକ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଅଫିସରୁ ଫଟୋଗ୍ରାଫି ଓ ଭିଡିଓଲାଇଜେସନ କରିବା ଉପରେ ଜାରି ନିଷେଦ୍ଧାଦେଶ ଉଠାଇ ନେଇଛି। ଏହି ନିଷେଦ୍ଧାଦେଶ ଉପରେ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହାକୁ ଉଠାଇବାକୁ ଏକ ଚିଠି କରିଛନ୍ତି। ଚିଠି ସହ ତ୍ବରିତ ଏହାକୁ ଲାଗୁ କରିବାକୁ ମଧ୍ୟ କୁହାଯାଇଛି। ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ କର୍ମଚାରୀ ଓ ସଂଘ ଦ୍ବାରା ବାନ ପାଇଁ ଯାଚିକା ଦାୟର କରିବା ପରେ ରାଜ୍ୟ ସରକାର ବ୍ୟାନ ଅଡର ଜାରି କରିଥିଲେ। ଯାଚିକାରେ ଦର୍ଶା ଯାଇଥିଲା କି, କିଛି ଲୋକ ଅଫିସ ମଧ୍ୟରେ ପସି ଫଟୋ ଉଠାଇବା ସହ ଭିଡିଓଗ୍ରାଫି କରି କର୍ମଚାରୀଙ୍କୁ ନିର୍ଯାତନା ଦେଉଛନ୍ତି। ଏହା ଅଭିଯୋଗ ହେବାପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇ ସମସ୍ତ ସରକାରୀ ଅଫିସରୁ ଫଟୋଗ୍ରାଫି ଓ ଭିଡିଓ ଲାଇଜେସନ କରିବା ଉପରେ ଜାରି ନିଷେଦ୍ଧାଦେଶ ଉଠାଇ ନିଆଯାଇଛି l

  • ଶିଳା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button