ଓଡ଼ିଶାଭୁବନେଶ୍ୱରରାଜନୀତିରାଜ୍ୟ

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ହେଲେ ଅଲୋଡା

BBSR FOUNDATION DAY VS APARAJITA..PKG..PRADEEP/BBSR

() ରାଜଧାନୀର ପ୍ରତିଷ୍ଠା ଦିବସ। ୭୬ ବର୍ଷରେ ପାଦ ଥାପିଲା ରାଜଧାନୀ। ଏହାକୁ ନେଇ ପୁରା ଭୁବନେଶ୍ୱରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ହେଲେ ଗଲା ବର୍ଷ ଭଳି ଏଥର ବି ପ୍ରତିଷ୍ଠା ଦିବସକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ ମିଳିଲାନି। ଯାହାକୁ ନେଇ ପୁଣି ଥରେ ତେଜିଛି ଆରୋପ ପ୍ରତ୍ୟାରୋପ ରାଜନୀତି।

ଭୁବନେଶ୍ୱରର ପ୍ରତିଷ୍ଠା ଦିବସ। ୭୬ ବର୍ଷରେ ପାଦ ଥାପିଛି ରାଜଧାନୀ। ୭୫ତମ ପ୍ରତିଷ୍ଠା ଦିବସକୁ ବେଶ୍ ଜାକଜମକରେ ପାଳିତ ହେଲା। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ଓ ବେସାମରିକ ପ୍ୟାରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ହେଲେ ଗଲାବର୍ଷ ଭଳି ଏଥର ବି କେଁ ରହିଲା। ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ଡକାଗଲାନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ। ନିମନ୍ତ୍ରଣ ପତ୍ରରେ ନାଁ ହିଁ ନଥିଲା ଗଲାବର୍ଷ ଭଳି। ଏହାକୁ ଦେଖି ବୁଧବାର ସଂଧ୍ୟାରେ ହିଁ ଅପରାଜିତା ଟ୍ୱିଟ୍ ଯୋଗେ କ୍ଷୋଭ ଝାଡ଼ିସାରିଥିଲେ। ଏହା ଭୁବନେଶ୍ୱର ବାସିନ୍ଦାଙ୍କୁ ଅପମାନ ନୁହେଁ କି ଏହା ଉଦ୍ଦେଶ୍ୟମୂଳକ ନୁହେଁ କି ବୋଲି ପଚାରିଥିଲେ ଅପରାଜିତା। ଆଉ ପ୍ରତିଷ୍ଠା ଦିବସ ସମାରୋହ ମଞ୍ଚରେ ଉପସ୍ଥିତ ଅତିଥିଙ୍କ ଭିତରେ ଅପରାଜିତାଙ୍କ ନିମନ୍ତ୍ରଣ ବିବାଦକୁ ନେଇ ଭିନ୍ନ ମତ ଦେଖାଯାଇଥିଲା। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ବିକାଶକୁ ସ୍ୱାଗତ କରନ୍ତୁ ଅପରାଜିତା ସବୁ କଥାରେ ଦୋଷତୃଟି ଖୋଜିବା କାମଳତାର ପରିଚୟ ସାଂସଦଙ୍କ ନାଁ କାହିଁକି ନିମନ୍ତ୍ରଣ କାର୍ଡରେ ନାହିଁ, ସେ କଥା ପ୍ରତିଷ୍ଠା ଦିବସର ଆୟୋଜକ କି ସଂଯୋଜକ କହିପାରିବେ। କିନ୍ତୁ ବାଡ଼ି ଭାଙ୍ଗିବନି କି ସାପ ମରିବନି ନ୍ୟାୟରେ ମତ ଦେଇଛନ୍ତି ବିଧାୟକ ସୁର ରାଉତରାୟ। ଅବଶ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଇଛନ୍ତି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ସଭାପତି। କୁଆଡ଼େ ସାଂସଦଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଡକାଗଲାନି ବୋଲି କହିବା ସହ ଏପରିକି ନିମନ୍ତ୍ରଣ କାର୍ଡ ଦେବାକୁ ମେୟର ମନା କରିଦେଇଥିଲେ ବୋଲି କହିଛନ୍ତି ସଭାପତି ପ୍ରଦୋଷ ପଟ୍ଟନାୟକ।

ସେପଟେ ଅପରାଜିତା କହିଛନ୍ତି, କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାନଯିବା ପଛରେ ରାଜ୍ୟ ସରକାରଙ୍କ ଚିରତ୍ର ଓ ସଂସ୍କାରକୁ ଦର୍ଶାଉଛି। ଏହା ସରକାରଙ୍କ ଅହଙ୍କାର ଗଲାବର୍ଷ ବି ଏ ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ହେଲେ କିଛି ସୁଫଳ ମିଳିଲାନି। ସାମ୍ୱିଧାନିକ ପଦବୀର ବାରମ୍ୱାର ଅପମାନ ହେତୁ ଆଗାମୀ ଦିନରେ ଆଇନର ଆଶ୍ରୟ ନେବେ ବୋଲି ଧମକ ଦେଇଛନ୍ତି ଅପରାଜିତା।

ପ୍ରତିଷ୍ଠା ଦିବସରେ ସାଂସଦଙ୍କୁ ନିମନ୍ତ୍ରଣ କରାଗଲାନି। ଗଲା ବର୍ଷ ଭଳି ଅନୁରୂପ ଘଟଣା ଘଟିଲା। ତେବେ ଅପରାଜିତାଙ୍କ ପ୍ରତି ଏଭଳି ମନୋଭାବ ପଛର ରହସ୍ୟ କଅଣ ଏମିତିରେ ଗଲା ଥର ଅପରାଜିତାଙ୍କୁ ଅପମାନ ଘଟଣାରେ ତାଙ୍କ ଦଳ ପାଟି ଫିଟାଇନଥିଲା।

ନବକିଶୋର ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button