ଓଡିଶାରେ ହେବ ବିଜେପି ସରକାର, ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି : ମନମୋହନ ସାମଲ

Spread the love

ଭୁବନେଶ୍ୱର : ଓଡିଶାରେ ସଂଗଠନକୁ କିଭଳି ସୁଦୃଢ କରାଯାଇ ରାଜ୍ୟରେ ବିଜେପି ସରକାର ଗଠନ କରିବ ସେଥି ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ।

ପୂର୍ବାଞ୍ଚଳ ରାଜ୍ୟ ମାନଙ୍କୁ ନେଇ ଗୌହାଟୀରେ ବୈଠକ ପରେ ସାମଲ ଏହି ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଯେ ଗୌହାଟୀ ବୈଠକ ଫଳପ୍ରଦ ହୋଇଛି । ବର୍ତ୍ତମାନ ଆମେ ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ ନେଇକି ଯିବୁ, ରାଜ୍ୟରେ କିପରି ଆମେ ନିର୍ବାଚନ ଲଢ଼ିବୁ ସେ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି । 147 ବିଧାନସଭା ଓ 21 ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି, ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି । ସବୁ ନିର୍ବାଚନ ଯେମିତି କର ବା ମର ଓଡିଶାରେ ଆଗାମୀ ନିର୍ବାଚନ କର ବା ମର ହେବ ବୋଲି କହିଛନ୍ତି । ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ ବୈଠକରେ ହୋଇଛି ବିସ୍ତୁତ ଆଲୋଚନା । ସାଙ୍ଗଠନିକ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି

ସେ କହିଛନ୍ତି ଯେ ରାଜ୍ୟ ବିଜେପି ଦୁର୍ନୀତି,ବେରୋଜଗାରୀ, ଦାଦନ ଭଳି ସମସ୍ୟା ଗୁଡିକୁ ମୁଖ୍ୟ ପ୍ରସଙ୍ଗ ରିବ । ସେ କହିଛନ୍ତି ଯେ ବିକାଶ ବାଟବଣା ହୋଇଛି, ପର୍ଯ୍ୟଟନର ବିକାଶ ନାହିଁ, ଜଳ ସେଚନର ବିକାଶ ନାହିଁ ଏବଂ ଚାଷୀଙ୍କ ସମସ୍ୟାକୁ ନିର୍ବାଚନ ଲଢ଼ିବ ବିଜେପି । ଆମକୁ 5 ବର୍ଷ ଦିଅ, ଆମ ସରକାର ଆସିଲେ 75 ବର୍ଷରେ ଯାହା ନ ହୋଇଛି ତା ଠୁ ଅଧିକ କାମ କରିବୁ । ଆଜି ଓଡ଼ିଶା ସରକାର ବିକାଶକୁ ନେଇ ଯେଉଁ ଡିଣ୍ଡିମ ପିଟୁଛନ୍ତି, ଲୋକଙ୍କ ପାଖକୁ ଯାଉଛନ୍ତି, ତାହାର ଶ୍ୱେତ ପତ୍ର ଜାରି କରନ୍ତୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *