ଅର୍ପଣ ଚାଉଳକୁ ନେଇ ପୁଣି ତେଜିଲା ଆଲୋଚନା। ବଳକା ଚାଉଳ ଧୀରେ ଧୀରେ ନଷ୍ଟ ହେବାକୁ ଆରମ୍ଭ ହେଉଥିବା ବେଳେ ଏତେ ଚାଉଳ କଣ ହେବ ସେ ନେଇ ଖୁବଶୀଘ୍ର ପରିଚାଳନା କମିଟି ବୈଠକ ବସି ଆଲୋଚନା ହେବ।। କମିଟି ଯାହା ପରାମର୍ଶ ଦେବେ ସରକାର ତାଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ।ସେପଟେ ବିଜେଡି କହିଛି ମନ୍ଦିର ପ୍ରଶାସନ ରକ୍ଷଣା ବେକ୍ଷଣ ନକରିବାରୁ ଚାଉଳ ନଷ୍ଟ ହେଲା। ଚାଉଳ କୁ ବିକ୍ରି କରି ମନ୍ଦିର ପାଣ୍ଠି କୁ ଦିଆଯାଉ।
ପୁଣି ରାଜ୍ୟରେ ତେଜିଲା ଅର୍ପଣ ଚାଉଳ ରାଜନୀତି। ଏଫସିଆଇରେ ଖତ ଖାଉଛି ଚାଉଳ। ଅର୍ପଣ ଚାଉଳ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଚାଉଳର ସଦୁପଯୋଗ ନେଇ ନିଆଯିବ ପଦକ୍ଷେପ। ଅର୍ପଣ ଚାଉଳ ଭଗବାନ ପାଖରେ ଅର୍ପଣ ହେବାର ଯୋଗ୍ୟ ନୁହେଁ। ମନ୍ଦିର ଭିତରେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ସେବାୟତ ମାନେ କହିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖୁବଶୀଘ୍ର ଏହାକୁ ନେଇ ପରିଚାଳନା କମିଟି ବସିବ। କମିଟି ବସିବା ପରେ ଯାହା ପରାମର୍ଶ ଦେବେ ସରକାର ତାଙ୍କୁ ଗ୍ରହଣ କରିବେ। ଏଫସିଆଈ ଗୋଦାମରେ ହଜାର ହଜାର କୁଇଣ୍ଟାଲ ଗଦା ହୋଇଛି। ଏହା ବାବଦରେ ସ୍ପଷ୍ଟ ନିଷ୍ପତି ହେବା ଦରକାର ଅଛି। ସେ ଚାଉଳ ଖରାପ ହେବା ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି।
ସେପଟେ ବିଜେଡି କହିଛି, ଚାଉଳ ଯଦି ଠାକୁର ଙ୍କ କାମରେ ନ ଲାଗୁଛି, ସେବାୟତ ମାନେ ମଧ୍ୟ ଆପତ୍ତି କରୁଛନ୍ତି, ବିଧି ଅନୁସାରେ ତାକୁ ବ୍ୟବହାର କରିବା ଅନୁଚିତ ହେବ । ତେବେ ସେ ଚାଉଳ କୁ ବିକ୍ରି କରି ମନ୍ଦିର ପାଣ୍ଠି କୁ ଦିଆଯାଉ । ତାହା ଏକ ମାତ୍ର ବାଟ ନଷ୍ଟ ହେବା ପୂର୍ବରୁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଅର୍ପଣ ଚାଉଳ କୁ ନେଇ ବିଜେପି ରାଜନୀତି କରୁଛି। ଭକ୍ତଙ୍କ ଭାବାବେଗ କୁ ନେଇ ସଂଗ୍ରହ କରାଯାଇଥିଲା ଅର୍ପଣ ଚାଉଳ। ମନ୍ଦିର ପ୍ରଶାସନ ରକ୍ଷଣା ବେକ୍ଷଣ ନକରିବାରୁ ଚାଉଳ ନଷ୍ଟ ହେଲା। ଅର୍ପଣ ଚାଉଳ କୁ ନେଇ ବିଜେପି ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ। ।
ଅର୍ପଣ ଚାଉଳ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ଅର୍ପଣ ଚାଉଳ କିପରି ଭକ୍ତ ଙ୍କ ବ୍ୟବହାର ରେ ଆସିବ ଏବଂ ସଠିକ ବିନିଯୋଗ ହୋଇପାରିବ ସେ ନେଇ ପ୍ରଶାସନ ଓ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବ। ଦୁଇ ଦିନ ପରେ ବସିବାକୁ ଥିବା ଶ୍ରୀ ମନ୍ଦିର ପରିଚାଳନା କମିଟି ରେ ଅର୍ପଣ ଚାଉଳ ପ୍ରସଙ୍ଗ ଆଲୋଚନା କରାଯିବ । ମହାପ୍ରଭୁଙ୍କ ଭୋଗ ଲାଗିବା ଯୋଗ୍ୟ ହୋଇନାହିଁ ଗଚ୍ଛିତ ଅର୍ପଣ ଚାଉଳ । ତେବେ ଦୀର୍ଘ ୪ ମାସରୁ ଅଧିକ ସମୟରେ ଅଢେଇରୁ ୩ ହଜାର କୁଇଣ୍ଟାଲ ଚାଉଳ ଖର୍ଚ୍ଚ ହୋଇ ଶ୍ରଦ୍ଧାଳୁଙ୍କୁ ଖେଚୁଡ଼ି କାନିକା ବଣ୍ଟା ଯାଇଥିବା ବେଳେ ଚାଉଳ ଗୁଡିକରେ ପୋକ ଲାଗିଛି । ତେଣୁ ନିଯୋଗ ପାଖରେ ବଳକା ଥିବା ଦେଢ଼ ହଜାର କୁଇଣ୍ଟାଲ ଓ ଅନ୍ୟ ୧୦ ହଜାର କୁଇଣ୍ଟାଲ ଚାଉଳ ଏବେ ମହାପ୍ରଭୁଙ୍କ ଭୋଗରେ ଲାଗିବା ଭଳି ସ୍ଥିତି ରେ ନାହିଁ । ତେଣୁ ଏହା ସମ୍ପୂର୍ଣ୍ଣ ନଷ୍ଟ ହେବା ପୂର୍ବରୁ ଏବେ ଖୁବ୍ ଶୀଘ୍ର ଗରିବ ମାନଙ୍କୁ ବାଣ୍ଟି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଜଣାଇଛି ସୁଆର ମହାସୁଆର ନିଯୋଗ ।
ସୂଚନା ଯୋଗ୍ୟ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅବସରରେ ସାରା ରାଜ୍ୟରେ ଅଗଣିତ ଜଗନ୍ନାଥପ୍ରେମୀ ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ଅର୍ପଣ ଚାଉଳ ପଠାଇଥିଲେ। ଯାହା ଏବେ ଗୋଦାମରେ ପଡି ପଡି ଖତ ହେବାକୁ ବସିଲାଣ।
Naxatra News is now on Whatsapp
Join and get latest news update delivered to you via whatsapp
Join Now