ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କ ଗୁହାରି ଶୁଣିବା ସହ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବା ଲାଗି ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ ଠାରେ ପହଞ୍ଚି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତାକରଢା ଗ୍ରାମରେ ପହଞ୍ଚି ଚାଷୀଙ୍କ ସହ ସାକ୍ଷାତ କରିଛନ୍ତି। ବିଲକୁ ଯାଇ ଫସଲ କ୍ଷୟକ୍ଷତିକୁ ଅନୁଧ୍ୟାନ କରିଛନ୍ତି ନବୀନ ପଟ୍ଟନାୟକ। ଏତେ ମାତ୍ରା ଚାଷୀଙ୍କ ଫସଲ ନଷ୍ଟ ହେବାର ଦେଖି ନବୀନ ଚକ୍କିତ ହେବା ସହ ତୁରନ୍ତ କ୍ଷତିପୂରଣ ଦେବାର ଆବଶ୍ୟକ ଥିବା କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now