ନାମାଙ୍କନ ଭରିଲେ ସୂରଜ

Spread the love

ଭଦ୍ରକ: ନାମାଙ୍କନ ଭରିଲେ ବିଜେପି ପାର୍ଥୀ ସୂର୍ଯ୍ୟବଂଶୀ। ଭଦ୍ରକ ଧାମନଗର ଉପ ନିର୍ବାଚନ ପାଇଁ ମନ୍ଦିରରେ ପୂଜା ଅର୍ଚ୍ଚନା କରି ନିଜ ଦଳର ସମର୍ଥକ ଧରି ବିରାଟ ପଟୁଆରରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ଏହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ସେପଟେ ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ପାର୍ଥୀ ଘୋଷଣା କରିନାହାନ୍ତି। ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ଧାମନଗର ରାଜନୀତି। ପ୍ରମୁଖ ତିନି ରାଜନୈତିକ ଦଳର ଚାଲିଛି ଅଙ୍କକଷା। ବିଜେପି ତାର ପାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ପାର୍ଥୀ ଘୋଷଣା କରିନାହାନ୍ତି। ସେପଟେ ତିନି ରାଜନୈତିକ ଦଳ ବିଭିନ୍ନ ପଞ୍ଚାୟତକୁ ଯାଇ ଭୋଟରମାନଙ୍କୁ ଭେଟୁ ଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ବିଜେଡି ପଦ ଯାତ୍ରା ନାଁରେ ଶକ୍ତି ପଦର୍ଶନ କରୁଛି।

Leave a Reply

Your email address will not be published. Required fields are marked *