ଆଜି ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ତଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଙ୍କ ନିର୍ଦେଶ କ୍ରମେ ପୋଲସରା ବସଷ୍ଟାଣ୍ତ ,ବୁଗୁଡା ବସଷ୍ଟାଣ୍ତ , ବୁଗୁଡା ବ୍ଳକ ପରିସରରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହାସହ ପୋଲସରା ଓ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ରୋଗୀଙ୍କ ସହ ସମସ୍ୟା ବୁଝିବା ସହ ଫଳ ବଣ୍ଟନ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ସମେତ ସମସ୍ତ ଜନପ୍ରତିନିଧି ଓ ବିଜୁଜନତା ଦଳର କର୍ମୀ। ପରେ ବିଜୁଜନତା ଦଳର ସମସ୍ତ ନେତା ଓ କର୍ମୀ ଏକତ୍ରିତ ହୋଇ ଏକ ବୈଠକ ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now