ବିଜେପି ହାଲ୍ଲା ବୋଲ, ରାଜ୍ୟ ରାଜନୀତିର ସେଣ୍ଟରରେ ବିଧାୟକ ସୁବାସ ପାଣିଗ୍ରାହୀ

ରାଜ୍ୟ ରାଜନୀତିର ସେଣ୍ଟରରେ ସୁବାସ ପାଣିଗ୍ରାହୀ। ତିଳେଇବଣୀ ବିଡିଓଙ୍କୁ ଆକ୍ରମଣ ଘଟଣାରେ ସୁବାସ ପଶରିଗ୍ରାହୀଙ୍କୁ ଗିରଫ କରିଛି ପୋଲିସ। ଯାହାକୁ ବିରୋଧ କରି ଆଜି ଏସପି ଅଫିସ ଘେରିଛି ବିଜେପି। ବିଜେପି ହାଲ୍ଲା ବୋଲ। ରାଜ୍ୟ ବ୍ୟାପି ଭାଜପାର ଆନ୍ଦୋଳନ। ଦଳୀୟ କର୍ମୀ ଘେରିଲେ ଏସ.ପି. ଅଫିସ। ମୟୁରଭଞ୍ଜରୁ ମାଲକାନଗିରି। ଭୁବନେଶ୍ବରୁ ବଲାଙ୍ଗୀର। ସବୁଠି ଏସ.ପି. ଅଫିସ ଆଗରେ ଗର୍ଜିଲେ ଦଳୀୟ ନେତା।

ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ କାହିଁକି ଗିରଫ କରାଗଲା? ରାଜନୈତିକ ଉଦେଶ୍ୟ ରଖି ସୁବାସଙ୍କ ବିରୋଧରେ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାକୁ ନେଇ ତିବ୍ର ବିରୋଧ କରିଛି ବିଜେପି। ସେପଟେ ତିଳେଇବଣୀ ବିଡିଓଙ୍କୁ କାହିଁକି ଗିରଫ କରାଯିବ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି। ସେପଟେ ବିଜୁ ଜନତା ଦଳ ସୁବାସ ପାଣିଗ୍ରାହୀ ଗିରଫଦାବୀ ପ୍ରସଙ୍ଗରେ ମାପିଚୁପି ବୟାନ ରଖିଛି। ଆଇନ ତା ବାଟରେ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି।

ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀକୁ ଜୋର ଧରିଲାଣି ରାଜନୀତି। ବିଜେପି ଏହାକୁ ନେଇ ଆନ୍ଦୋଳନ ଆରମ୍ଭ କରିଦେଇଛି। ସେପଟେ ବିଜେଡି କିନ୍ତୁ ବିରୋଧୀଙ୍କୁ ପଢାଉଛି ଆଇନର ପାଠ । ଆଗକୁ ଏହି ଉଷ୍ମ ବାତାବରଣ ମଧ୍ୟରେ ରାଜନୀତିର କେଉଁ ରଙ୍ଗ ଲାଗୁଛି, ତାହା ଦେଖିବାକୁ ବାକି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *