ଆଜି ପୁଣି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ପୁଣି ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ହେବ। ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଶୁଣାଣି କରିବେ। ଏଥିପାଇଁ ଲୋକେ ଦିନ ୮ଟାରୁ ୧୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜିକରଣ କରିପାରିବେ। ଏହା ସହ ଇମେଲ ଓ ମେସେଜ୍ ମାଧ୍ୟମରେ ମଧ୍ୟ ଲୋକେ ସେମାନଙ୍କ ଅଭିଯୋଗ କରିପାରିବେ। ଜୁଲାଇ ୧ରୁ ପ୍ରଥମେ ଶୁଣାଣି ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।

ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ବିଜେପି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ଆରମ୍ଭ ହୋଇଛି। ପ୍ରତି ସୋମବାର ଦିନ ୧୧ଟାରୁ ମୋହନ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *