bjp

  • ଅପରାଜିତାଙ୍କୁ ବିଜେଡିର ପ୍ରତିକ୍ରିୟା; ନବୀନ ଓଡିଶା,ବିକାଶର ଗୋଟେ ମହାମନ୍ତ୍ର

    ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟକୁ ବିଜେଡିର ଜୋରଦାର କାଉଣ୍ଟର କରିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଓଡିଶା ନବୀନ ଓଡିଶା ବିକାଶର ଗୋଟେ ମହାମନ୍ତ୍ର । ଆଗାମୀ ଦିନରେ ଓଡ଼ିଶାର ବିକାଶକୁ ଏହା ଆହୁରି ତ୍ୱରାନ୍ୱିତ କରିବ । ଖବର ପାଇବା ପରେ ଓଡିଶାବାସୀ ଉତ୍ସାହିତ ଅଛନ୍ତି । ଅତୀତର ଆମ ଗାଁ ଆମ ବିକାଶ ପ୍ରତି ପଂଚାୟତ ପ୍ରତି ଗାଁ ର ତୃଣ ମୂଳ ସ୍ତରର ସମସ୍ୟାକୁ ସମାଧାନ କରିବା ଲାଗି ଯୋଜନା କରାଯାଇଥିଲା । ତା ଠୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି ଏହି ଯୋଜନା ରେ । ପ୍ରତ୍ୟେକ ଗାଁ ପ୍ରତ୍ୟେକ ଅଞ୍ଚଳର ସାମାଜିକ ଓ ସଂସ୍କୃତିକୁ ସୁରକ୍ଷା ଦେବା ଲାଗି ବି ବ୍ୟବସ୍ଥା ହୋଇଛି । ଜଗନ୍ନାଥ ସଂସ୍କୃତିକୁ ଏଥିରେ ସ୍ଥାନିତ କରାଯାଇଛି । ନିର୍ବାଚନ ସହିତ ଏହି ଯୋଜନାର କୌଣସି ସମ୍ପର୍କ ନାହିଁ । ଓଡ଼ିଶାର ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ଗୋଟେ ନୂତନ ଫର୍ଦ୍ଧ ।

    ଆମ ଗାଁ ଆମ ବିକାଶ କେଉଁଠି ଅଧା ରହିନି । ଯିଏ ଗାଁ କୁ ଯିବ ଗାଁର ଚିତ୍ର କୁ ଦେଖିବ ଜାଣି ପାରିବ । ଯେଉଁମାନେ ଏହା କହୁଛନ୍ତି ସେମାନେ ଗାଁ କୁ ଯାଇ ନାହାନ୍ତି ଭୁବନେଶ୍ୱରରେ ବସି କି ଟିପଣି ଦେଉଛନ୍ତି । ଜଗନ୍ନାଥ ସଂସ୍କୃତିକୁ ନିର୍ବାଚନ ସହ ଯୋଡ଼ିବାର କିଛି ମାନେ ନାହିଁ । ଯୋଜନାକୁ ଯେଉଁମାନେ ନିର୍ବାଚନ ସହ ଯୋଡୁଛନ୍ତି ସେମାନେ ଭୟବିତ ବୋଲି ପ୍ରମାଣିତ କରୁଛନ୍ତି ।
    ଏସ ଏଚ ଜି ମାଧମରେ ସମାଜରେ ଅବହେଳିତ ହୋଇ ରହିଥିବା ମା ମାନଙ୍କର ଉଥାନ ହୋଇଛି । ସମାଜିକ, ଅର୍ଥନୈତିକ ଓ ମାନସିକ ସ୍ତରରେ ହୋଇଥିବା ବିକାଶ କୁ ଅନ୍ୟ ମାନେ ସହି ପାରୁ ନାହାଁନ୍ତି । କାହାର ଟିପଣିରେ କିଛି ଯାଏ ଆସେ ନାହିଁ । ଗାଁ ର ମହିଳା ମାନଙ୍କ ଦ୍ୱାରା ଯେଉଁ ସମୀକରଣ ହୋଇଛି ରାଜନୈତିକ ଓ ସାମାଜିକ ଚିତ୍ର ପରିବର୍ତ୍ତନ ହୋଇଛି ତାହା ଦ୍ୱାରା ସମାଜର ବିକାଶ ହୋଇଛି ।

  • କିଏ ଉତ୍କଳମଣିଙ୍କ ଉତ୍ତରାଧିକାରୀ?

    () ଉତ୍କଳମଣିଙ୍କ ଉତ୍ତରାଧିକାରୀ କିଏ। ଏହାକୁ ନେଇ ଥାନାରେ ପହଞ୍ଚିଛି ମାମଲା। ଯାହାକୁ ନେଇ ସବୁଠି ଆଲୋଡ଼ନ। ଫେବୃଆରୀ ୨୩ରେ ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ ଉତ୍ସବ ମଞ୍ଚରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ଦାୟାଦଙ୍କୁ ସମ୍ମାନିତ କରାଯାଇଥିଲା। କିନ୍ତୁ ଯାହାଙ୍କୁ ସମ୍ମାନିତ କରାଯାଇଥିଲା, ସେମାନେ ପ୍ରକୃତ ଦାୟାଦ ନୁହଁନ୍ତି କହି ବିବାଦ ପହଞ୍ଚିଛି ଥାନାରେ।

    ଉତ୍କଳମଣିଙ୍କ ଉତ୍ତରାଧିକାରୀ କିଏ। ଏହି ବିବାଦ ଏବେ ଥାନାରେ। ଫେବୃଆରୀ ୨୩ରେ ଉତ୍କଳମଣିଙ୍କ ଜନ୍ମପୀଠର କାୟାକଳ୍ପ ହୋଇଥିଲା। ସୁଆଣ୍ଡୋରେ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ। ଉତ୍କଳମଣିଙ୍କ ସ୍ମୃତି ରକ୍ଷା ଲାଗି ଯେତେ ଯାହା କଲେ ବି କମ୍ ହେବ ବୋଲି କହିଥିଲେ ନବୀନ। ଆଉ ମଞ୍ଚରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପବନ୍ଧୁଙ୍କ ଦାୟାଦଙ୍କୁ ବି ସମ୍ମାନିତ କରାଯାଇଥିଲା। ମଞ୍ଚରେ ଗୋପବନ୍ଧୁଙ୍କ ଉତ୍ତରାଧିକାରୀ ଧୀରେନ୍ଦ୍ରନାଥ ଦାସଙ୍କ କ୍ରମାଗତ ଉଦ୍ୟମକୁ ବି ଭୂରି ଭୂରି ପ୍ରଶଂସା କରିଥିଲେ ମଞ୍ଚାସୀନ ଅତିଥି। ହେଲେ ଧୀରେନ୍ଦ୍ରନାଥ ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ ନୁହଁନ୍ତି କହି ମାମଲା ଏବେ ପହଞ୍ଚିଛି ଥାନାରେ। ସତ୍ୟବାଦୀ ଥାନାରେ ଉତ୍କଳମଣିଙ୍କ ଅଣନାତି କାଳୀପ୍ରସନ୍ନ ମିଶ୍ର ଓ ପଣନାତି ଆଦ୍ୟସିଦ୍ଧି ମିଶ୍ର ଅଭିଯୋଗ କରିଛନ୍ତି।

    ସେପଟେ ଧୀରେନ୍ଦ୍ରନାଥ ଦାସ ଏଭଳି ଅଭିଯୋଗକୁ ପ୍ରହସନ ବୋଲି କହିଛନ୍ତି। ଉତ୍କଳମଣିଙ୍କ ଉତ୍ତରାଧିକାରୀ କିଏ, ତାକୁ ନେଇ ଉଚ୍ଚ ନ୍ୟାୟାଳୟରୁ ସ୍ପଷ୍ଟ ରାୟ ଆସିସାରିଛି। ଆଉ ଥାନା ଅଧିକାରୀ କହିଛନ୍ତି, ବିବାଦ ନେଇ ହୋଇଥିବା ଅଭିଯୋଗର ତଦନ୍ତ ପରେ ଆକ୍ସନ ହେବ।

    ସୁଆଣ୍ଡୋ ପ୍ରକଳ୍ପ ଲୋକାର୍ପଣରେ ନାତୁଣୀ ବୋହୂ ଲୀଳାବତୀ ମିଶ୍ରଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ୮୫ ବର୍ଷୀୟା ନାତୁଣୀ ବୋହୂ ଲୀଳବତୀ ସେ ଦିନ ସୁଆଣ୍ଡୋରେ ପହଞ୍ଚିଥିଲେ ବି ପୁଲିସ ସେଠାକୁ ଯିବାକୁ ଅନୁମତି ଦେଇନଥିବା ଅଭିଯୋଗ ଆସିଛି।

    ପିପିଲିରୁ ସନ୍ତୋଷ ପ୍ରଧାନଙ୍କ ସହ ଭୁବନେଶ୍ୱରରୁ ପ୍ରଦୀପ ନାୟକଙ୍କ ରିପୋର୍ଟ

  • ‘ଅ’ ରୁ ଅପରାଜିତା। ‘ଅ’ ରୁ ଅରୁନ୍ଧତୀ

    () ବିଜେପି ନେତାଙ୍କୁ ବିରୋଧୀ ଯେତିକି କାଳ କରୁନି। ନିଜ ଦଳର କିଛି ମହିଳା ନେତ୍ରୀ ସେତିକି କାଳ କଲେଣି। ଜଣେ କହିବାକୁ ଲାଇସେନ୍ସ ପାଇଛନ୍ତି ଆଉ ଜଣେ କହିବାକୁ ଲାଇସେନ୍ସ ନ ପାଇ ବି ଦଳୀୟ ନେତାଙ୍କୁ ଅଡ଼ୁଆରେ ପକାଇ ଚାଲିଛନ୍ତି। ଜଣେ ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ତ ଆଉ ଜଣେ ସାଂସଦ ପତ୍ନୀ ଅରୁନ୍ଧତୀ ଦେବୀ। କେମିତି ଓ କେଉଁ ବାଗରେ ଏହି ଦୁଇ ମହିଳା ନେତ୍ରୀ ନେତାଙ୍କ ଲାଗି ଅଡ଼ୁଆ, ଦେଖନ୍ତୁ ଏହି ରିପୋର୍ଟରେ।

    ବିଜେପିକୁ ‘ଅ’ ଅଡ଼ୁଆ। ‘ଅ’ ରୁ ଅପରାଜିତା। ‘ଅ’ ରୁ ଅରୁନ୍ଧତୀ। ଜଣେ ବିଜେପିର ସାଂସଦ ଓ ରାଷ୍ଟ୍ରୀୟ ପ୍ରବକ୍ତା। ଆଉ ଜଣେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ।  ଅରୁନ୍ଧତୀ ଦେବୀ କୌଣସି ପଦପଦବୀରେ ନାହାନ୍ତି। ଏମିତିରେ ଅପରାଜିତା ବାକ୍ୟବୀର ସାଙ୍ଗକୁ କର୍ମବୀର ବୋଲି ଉଣା ଅଧିକେ ଅନୁଭବ କରିଛନ୍ତି। ଅନେକ ସମୟରେ ରୋକଠୋକ କଥା ତ ଅନେକ ସମୟରେ ଏକଲା ଚଲୋ ନୀତିରେ ଯାଇ ଦଳରୁ ସେମିତି ସହଯୋଗ ପାଉନଥିବାର ଦୃଶ୍ୟପଟ୍ଟର ଅନେକ ଉଦାହରଣ ରହିଛି। ସେଥିଲାଗି ତ ସଂସଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରନ୍ତି।

    ଭୁବନେଶ୍ୱର ସାଂସଦ ହୋଇ ବି ଭୁବନେଶ୍ୱର ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରନ୍ତିନି ସରକାର। ଏହାକୁ ନେଇ ଅପମାନିତବୋଧ ଅନୁଭବ କରି ଯେତେ ପ୍ରତିବାଦ କଲେ ବି ନିଜ ଦଳର ଅସମ୍ଭବ ନୀରବତା ବାରି ହୋଇପଡ଼େ। ଏବେ ସଦ୍ୟ ଜୟନାରାୟଣ ଏପିସୋଡ୍ ରେ ମହିଳା ପୁଲିସ ଅଫିସରଙ୍କ ପ୍ରତି ସେ କରିଥିବା ଆଚରଣରେ କୁଆଡ଼େ ଜୟନାରାୟଣ ଦୁଃଖିତ ବୋଲି କହିବା ପରେ ଚିହିଁକି ଉଠିଛନ୍ତି ମିଶ୍ରେ। ଭୁଲ୍ ନ କରି ଦୁଃଖ ପ୍ରକାଶ କରିବା କଥା ଉଠୁଛି କେଉଁଠି ବୋଲି କହି ମାଡାମଙ୍କୁ କିଛି ନ ଜାଣି ପାଟି ଖୋଲନ୍ତୁନି ବୋଲି ତାଗିଦ୍ କରିଛନ୍ତି ଜୟନାରାୟଣ। ଆଉ ଅପରାଜିତାଙ୍କ ଏଭଳି ମନ୍ତବ୍ୟ ଜୟନାରାୟଣଙ୍କ ଲାଗି ବିଜେପି ରକ୍ଷାକବଚ ସାଜିଛି ନା ଘାତକ ସାଜୁଛି, ତାକୁ ନେଇ ଚର୍ଚ୍ଚା ହେଉଛି।

    ଆଉ ସେପଟେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବି ଜୟନାରାୟଣଙ୍କ ବିରୁଦ୍ଧରେ ଜୋରଦାର ବର୍ଷିଛନ୍ତି। ବଡ଼ କଥା ହେଲା କି, ରାଜ୍ୟବ୍ୟାପୀ ବିଜେପି ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ତିନିଦିନ ଧରି ଆନ୍ଦୋଳନ କଲା। କିନ୍ତୁ ସମ୍ୱଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜେପିର ଆନ୍ଦୋଳନ ଆଖିଦୃଶିଆ ହେଲାନି। ସମ୍ୱଲପୁରରେ ଲାଗିଥିବା ନିଆଁକୁ କେମିତି ସମ୍ୱଲପୁର ସାଂସଦ କେବଳ ଦେଖଣାହାରୀ ସାଜିଛନ୍ତି, ତାକୁ ନେଇ ସନ୍ଦେହ ଉପୁଜିଛି। ଏମିତିରେ ସାଂସଦ ନୀତେଶ ଗଙ୍ଗଦେବ ଆଉ ବିଜେପିରେ ଅଛନ୍ତି କି ନାଁ, ଜଣାପଡ଼ୁନି। ଦିଲ୍ଲୀରେ ନୀତେଶ ଥିଲା ବେଳେ ଏ ପଟେ କିନ୍ତୁ ପତ୍ନୀ ଅରୁନ୍ଧତୀଙ୍କ ବୟାନ ବିଜେପିର ମରମକୁ ଭେଦିଦେଉଛି।

    କେବଳ ଜୟନାରାୟଣଙ୍କ ବିରୁଦ୍ଧରେ ନୁହେଁ। ଗଲା ମାସରେ ଦେବଗଡ ପୌରପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ନିର୍ମାଣଧୀନ ପ୍ରକଳ୍ପକୁ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଭଙ୍ଗାରୁଜା ଘଟଣାକୁ ନେଇ ରାଜନୀତି ତେଜିଥିଲା। ସୁବାଷଙ୍କୁ ଗିରଫ ଦାବିରେ ରାଜନୀତି ଦେବଗଡ଼ରୁ ରାଜଧାନୀ ଯାଏ ତେଜିଥିଲା। କିନ୍ତୁ ଏହି ନିଆଁରେ ଘିଅ ପକାଇ ଏହାକୁ ଅଧିକ ତେଜିଦେଇଥିଲେ ଅରୁନ୍ଧତୀ ଦେବୀ।

    ଅବଶ୍ୟ ଜୟନାରାୟଣଙ୍କୁ ବିଜେଡିର ଅ ଅରୂପ ପଟ୍ଟନାୟକଙ୍କ ପରୋକ୍ଷ ଧମକ ଅଧ୍ୟାୟ ବିଜେପିର ଏହି ଦୁଇ ଅ ଅର୍ଥାତ୍ ଅପରାଜିତା ଓ ଅରୁନ୍ଧତୀଙ୍କ ବୟାନକୁ କିଛି ମାତ୍ରାରେ ହାଲୁକା କରିଦେଇଛି। କିନ୍ତୁ ଏହି ଦୁଇ ଅଗ୍ନିବର୍ଷୀ ଅପରାଜିତା ଓ ଅରୁନ୍ଧତୀଙ୍କ ମନ୍ତବ୍ୟ ଓ ଉଦେଶ୍ୟକୁ ନେଇ ଭିନ୍ନ ଚକ୍ଷୁରେ ଦେଖୁଛି ରାଜନୀତିକ ମହଲ। ଜଣେ କହିବାକୁ ଦଳରୁ ସ୍ୱୀକୃତି ପାଇଛନ୍ତି। ଆଉ ଜଣେ ବିନା ସ୍ୱୀକୃତିରେ ସ୍ୱାମୀ ବିଜେପିରୁ ସାଂସଦ ଥିଲେ ବି କ୍ରମାଗତ ବିଜେପି ନେତାଙ୍କୁ ଟାର୍ଗେଟ କରିଚାଲିଛନ୍ତି। ଯାହାକି ରୋଚକ ସ୍ଥିତି ସୃଷ୍ଟି କରିଛି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

  • ରାଜ୍ୟ ଦେଖିବ ୩ ଦିନିଆ ପଲିଟିକାଲ ଡ୍ରାମା

    () ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇ ଯାଇଛି ପଲିଟିକାଲ ୱାର। ଉଭୟ ବାଛି ସାରିଛନ୍ତି ପ୍ରସଙ୍ଗ । ବିଜେଡି ଚାଉଳ ଓ ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆନ୍ଦୋଳନ କରିବେ। ଆସନ୍ତା ୧୪,୧୫ ଓ ୧୬ ତାରିଖରେ ତିନି ଦିନ ଧରି ରାଜଧାନୀରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପ୍ରତିବାଦ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଛି । ଏପେଟେ ଆନ୍ଦୋଳନକୁ ରାଜନୈତିକ ଡ୍ରାମା କହିଛି କଂଗ୍ରେସ ।

    ବିଜେଡ଼ି ବନାମ ବିଜେପି । ଚାଉଳ ବନାମ ଆଇନ ଶୃଙ୍ଖଳା । ରାଜ୍ୟ ଦେଖିବ ୩ ଦିନିଆ ପଲିଟିକାଲ ଡ୍ରାମା । ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ଗର୍ଜିବେ ଉଭୟ ଦଳ । କଂଗ୍ରେସ କହିଲା ନିର୍ବାଚନୀ ଡ୍ରାମା । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ନିଜ ନିଜର ରାଜନୈତିକ ମୁଦ୍ଦା ଧରି ଆନ୍ଦୋଳନ ମୁହାଁ ହେଲେଣି ଦଳ। ଚାଉଳ ପ୍ରସଙ୍ଗକୁ ଧରି କେନ୍ଦ୍ର ସରକାରଙ୍କୁ ବିଜେଡି ଘେରିବାକୁ ଥିବା ବେଳେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଓ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି । ଏହାରି ଭିତରେ ଆସନ୍ତା ୧୪,୧୫,୧୬ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟିବାକୁ ରାଜନୈତିକ ଅସ୍ତ୍ର କରି ୧୪ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ଶଙ୍ଖ ଦଳ। ତାହ ସହ ୧୫ ରେ ପଞ୍ଚାୟତ ଓ ୧୬ରେ ବ୍ଲକ ଓ ଜିଲ୍ଲାପାଳ ଅଫିସ ସାମ୍ନାରେ ବସିବ ଦଳ। ସେହିପରି ବିଜେପି ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକାଣ୍ଡକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଗପ କହି ତଦନ୍ତକୁ ବାଟବଣା କରାଯାଉଥିବା ଅଭିଯୋଗରେ ୩ ଦିନିଆ ଧାରଣା ଦେବ। ସେହିକ୍ରମରେ ୧୪ ତାରିଖରେ ଭୁବନେଶ୍ୱରରେ ହରତାଳ କରିବ । ସେହିପରି ୧୫ ତାରିଖରେ ଜିଲ୍ଲାପାଳ ଅଫିସ ଓ ୧୬ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେପି ।

    ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ସମସ୍ତଙ୍କୁ ଚାଉଳ ଦେବା ବାଧ୍ୟତା ମୂଳକ। ଯିଏ ଶାସନ ଦାୟିତ୍ୱରେ ରହିବେ ସେ ଏ କାମ କରିବେ । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ଚାଉଳକୁ ନେଇ ଡ୍ରାମା କରୁଥିବା କଂଗ୍ରେସ କହିଛି । ତା ସହ ଆଇନଶୃଙ୍ଖଳା ଦୃଷ୍ଟିରୁ  ରାଜ୍ୟର ସ୍ଥିତି ଚିନ୍ତାଜନକ ବୋଲି ଦଳ କହିଛି ।

    ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ବିଧାନସଭା ଓ ସଂସଦୀୟ କ୍ଷେତ୍ରକୁ ନେତା ମନ୍ତ୍ରୀଙ୍କ ମାରାଥନ ଗସ୍ତ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କର ସୋମବାର କେନ୍ଦୁଝର ଜିଲ୍ଲା ଗସ୍ତ ସରିଛି ଆଉ ଆସନ୍ତା ୧୯ରେ ପଦ୍ମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ସେହିପରି ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଢେଙ୍କାନାଳ ଓ ଭଦ୍ରକ ସଂସଦୀୟ କ୍ଷେତ୍ର ଗସ୍ତ ନେଇ ଦଳ ସୂଚନା ଦେଇଛି ।ସେପଟେ କଂଗ୍ରେସ ପୂର୍ବରୁ ପ୍ରିୟଙ୍କାଙ୍କ ଓଡ଼ିଶା ଗସ୍ତ କଥା କହିଥିଲେ ବି ଆଜି ଦିନରେ କିଛି ନିର୍ଦ୍ଧିଷ୍ଟ ସମୟ କଥା କହିପାନି ।କିନ୍ତୁ ପ୍ରତି ଦଳ ଚଳଚଞ୍ଚଳ ଏକଥା ସ୍ପଷ୍ଟ ଦେଖି ହେଉଛି ।

    ନବ କିଶୋର ସାହୁଙ୍କ ରିପୋର୍ଟ

  • ଫେବୃଆରୀ ୩ରେ ଦିଲ୍ଲୀ ମେୟର ନିର୍ବାଚନ ଉପରେ ଶୁଣାଣି

    ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ସେଲି ଓବେରଏଙ୍କ ଦ୍ବାରା ମେୟର ନିର୍ବାଚନ ସମୟ ମଧ୍ୟରେ କରିବା ଦାବି ନେଇ ହୋଇଥିବା ଆବେଦନକୁ ଗ୍ରହଣ କରିବା ସହ ଏହାର ଶୁଣାଣି ଫେବୃଆରୀ ୩ ତାରିଖରେ କରିବାକୁ ସ୍ଥିର କରିଛନ୍ତି ସୁପ୍ରିମ କୋର୍ଟ। ମୁଖ୍ୟ ବିଚାର ପତି ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଦିପଙ୍କର ଦତ୍ତାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଆବେଦନକାରୀଙ୍କ ପକ୍ଷରୁ ଓକିଲ ମନୁ ସିଂଘବି ମାମଲାର ତୁରନ୍ତ ସୁଣାଣି କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

    ଦିଲ୍ଲୀ ମେୟର ନିର୍ବାଚନ ପାଇଁ ଦୁଇ ଦୁଇ ଥର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବିଜେପି ଓ ଆପ କାଉନସିଲରଙ୍କ ଭିତରେ ଦେଖାଦେଉଥିବା ଗଣ୍ଡଗୋଳ ପାଇଁ ଏହାକୁ ବନ୍ଦ କରିବାକୁ ହୋଇଛି। ଗତ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ଏଲଜିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ହେଉଥିବା ବେଳେ କିଛି କାଉନସିଲରଙ୍କ ହଟଗୋଳ ପାଇଁ ଏଲଜି ଏହି ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି  ଦେଇଥିଲେ।

    ଏହାକୁ ନେଇ ଆପ ମେୟର ପ୍ରାର୍ଥୀ ସେଲି ଓବେରଏ ଓ ଗୃହର ନେତା ମୁକେଶ ଗୋଏଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଗୁରୁବାର। ମେୟର ନିର୍ବାଚନ ଏକ ସମୟ ସୀମା ଭିତରେ କରିବାକୁ ଆପ ନେତା କୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ।

    ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ଏମସିଡି ନିର୍ବାଚନରେ ଆପ ମୋଟ ୨୫୦ ୱାର୍ଡରୁ ୧୩୪ ୱାର୍ଡକୁ କବଜା କରିଥିବା ବେଳେ ବିଜେପି ୧୦୪ଟି ୱାର୍ଡ ହାତେଇଥିଲା।

  • ବିଜେପି ତାଙ୍କର ଗୁରୁ ବୋଲି କହିଛନ୍ତି ରାହୁଲ

    () କଂଗ୍ରେସକୁ ଲେଉଟାଣି ଖବର ଉପରେ ପୂର୍ଣ୍ଣଛେଦ ପକାଇଲେ ଆଜାଦ୍। ସେପଟେ ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବାକୁ ସମସ୍ତଙ୍କ ଲାଗି ଦ୍ୱାର ଖୋଲା କହି ବିଜେପିକୁ ନିଜର ଗୁରୁ ବୋଲି କହି କଟାକ୍ଷ ଫିଙ୍ଗିଛନ୍ତି ରାହୁଲ। ଭାରତ ଯୋଡ଼ଯାତ୍ରା ଆରମ୍ଭରୁ ସାଧାରଣ ଲାଗୁଥିଲେ ବି ଏହାର ଗୁରୁତ୍ୱ ବଢ଼ାଇଦେଇଛି ବିଜେପି ଓ ଆରଏସଏସ। ସେପଟେ ବିଜେପି ବି ଏହାର କଡ଼ା ଜବାବ ଦେବାକୁ ଭୁଲିନି।

    କଂଗ୍ରେସ ସହ ୫୨ ବର୍ଷର ସମ୍ପର୍କ ଛିନ୍ନ କରି ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଠନ କରିଥିବା ଗୁଲାମନବୀ ଆଜାଦ ନିଜର ଘର ବାହୁଡ଼ା ଖବରକୁ ଭିତ୍ତିହୀନ ଓ ଗୁଜବ ବୋଲି କହିଛନ୍ତି। ନୂଆ କରି ଗଠନ କରିଥିବା ଦଳର ନେତା ଓ କର୍ମୀଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏସବୁ ମିଛ ଖବରକୁ ପ୍ରକାଶ କରାଯାଉଛି ବୋଲି କହିଛନ୍ତି ଆଜାଦ୍। ରାହୁଲଙ୍କ ଭାରତ ଯୋଡ଼ଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ ସହ ହାଇକମାଣ୍ଡ ଓ ଆଜାଦଙ୍କ ଭିତରେ ଦୂରତା ହଟାଇବାକୁ ଅମ୍ୱିକା ସୋନୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଖବର ଚର୍ଚ୍ଚା ହୋଇଥିଲା।

    ସେପଟେ ରାହୁଲ କହିଛନ୍ତି, ଭାରତ ଯୋଡ଼ ଯାତ୍ରାର ଦ୍ୱାର ସମସ୍ତଙ୍କ ଲାଗି ଖୋଲା। ଯିଏ ପ୍ରେମର ହିନ୍ଦୁସ୍ତାନ ଚାହୁଁଛି, ସେ ସମସ୍ତଙ୍କୁ ନିମନ୍ତ୍ରଣ କହି ଅଖିଳେଶ ଓ ମାୟାବତୀଙ୍କ ସମଭାବକୁ ଦର୍ଶାଇଛନ୍ତି ରାହୁଲ। ଏହା ସହ ବିଜେପି ଆରଏସଏସ କିଭଳି ତାଙ୍କର ଭାରତ ଯୋଡ଼ ଯାତ୍ରାର ଗୁରୁତ୍ୱ ବଢାଇଦେଲେ, ସେ କଥାର ବି ଅବତାରଣା କରିଛନ୍ତି। ଏପରିକି ବିଜେପି ତାଙ୍କର ଗୁରୁ ବୋଲି କହିଛନ୍ତି ରାହୁଲ। କାରଣ ଯାତ୍ରା ବେଳେ କଅଣ କରିବାକୁ ହେବ, କଅଣ ନୁହେଁ, ଏ ଦିଗରେ କ୍ରମାଗତ ପରାମର୍ଶ ଦେଇଆସୁଛି ବିଜେପି। କେତେବେଳେ ଟି-ସାର୍ଟ ତ କେତେବେଳେ ଦାଢ଼ି ପୁଣି କେତେବେଳେ ଆଉ କିଛି। ଏହା ସହ ବିରୋଧୀଙ୍କ ଭିତରେ ସମନ୍ୱୟର ଅଭାବକୁ ଦୂର କରିବା ସହ ବିକଳ୍ପ ଭିଜନ ନେଇ ଲୋକଙ୍କ ପାଖକୁ ଯିବାକୁ ହେବ ବୋଲି କହିଛନ୍ତି ରାହୁଲ।

    ସେପଟେ ୨୪ ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ରାହୁଲ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ ବୋଲି ନିଆଁ ଚେଙ୍କିଛନ୍ତି କମଲନାଥ। ଏହାକୁ ନେଇ ବିଜେପି କଟାକ୍ଷ କରିଛି। ରାହୁଲଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ୱକୁ ମମତା, ଅଖିଳେଶ, କେସିଆର, ନୀତିଶ, ମାୟାବତୀ ଓ କେଜରିଓ୍ୱାଲ ରାଜି ହେବେ ତ ବୋଲି ପଚାରିଛି ବିଜେପି। କଂଗ୍ରେସର ଭାରତ ଯୋଡ଼ ଯାତ୍ରାର ଅସଲ ଉଦେଶ୍ୟ ସତ୍ତା ସହ ଯୋଡ଼ ଯାତ୍ରା ଅଟେ। ସେଥିଲାଗି ତ ଏହି ଯାତ୍ରା କେବଳ ରାହୁଲଙ୍କୁ ରି-ଲଞ୍ଚ୍ ଓ ରି-ପ୍ୟାକେଜିଂ ଲାଗି ଉଦ୍ଦିଷ୍ଟ।

    ଭାରତ ଯୋଡ଼ ଯାତ୍ରାକୁ ନେଇ ବିବାଦ କି ରାଜନୀତି ଥମୁନି। ଏହି ଯାତ୍ରା ଆଳରେ ଦଳ ବାହୁଡ଼ା ଫର୍ମୁଲାର ଖବର କେବେ ଆସୁଛି ତ ପୁଣି କେବେ ରାହୁଲଙ୍କୁ ରି-ଲଞ୍ଚର ଆରୋପ ଲଦୁଛନ୍ତି ବିରୋଧୀ। କିନ୍ତୁ ଏହା ବି ସତ, ଏହି ଯାତ୍ରାର ପ୍ରଭାବ କେଉଁଠି ନା କେଉଁଠି ଅନୁଭୂତ ହୋଇଛି ଜନମାନସରେ। ଅବଶ୍ୟ ଜନମତରେ ପ୍ରତିଫଳିତ ହେବ କି ନାହଁ, ତାହା ଅଲଗା କଥା।

    ପ୍ରଦୀପ ନାୟକ

  • ଚାଷୀଙ୍କ ପାଇଁ କାନ୍ଦୁଛି ବିଜେପି

    ଭୁବନେଶ୍ବର:  ଚାଷୀଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ପ୍ରତିବାଦରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ ଆରମ୍ଭ କଲା ବିଜେପି । ରାଜ୍ୟର ସିଂହଭାଗ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ତାଙ୍କ ଉପରେ ଅନ୍ୟାୟକୁ ବିଜେପି ସହ୍ୟ କରିବ ନାହିଁ ବୋଲି ଦଳ କହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବାରମ୍ୱାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁଥିଲା ବେଳେ ରାଜ୍ୟ ବିଜେପି କେଉଁଠି ଥିଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଏପଟେ ବିଜେଡ଼ି ଓ ବିଜେପି ଚାଷୀଙ୍କୁ ମୋହରା କରି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି କଂଗ୍ରେସ ।

    ଚାଷୀଙ୍କ ପାଇଁ ବିଜେପିର ସତ୍ୟାଗ୍ରହକୁ  ଭେଳିକି କହିଲା ବିଜେଡ଼ି । କଂଗ୍ରେସର ଆରୋପ ବିଜେପି ଓ ବିଜେଡି କୃଷକ ବିରୋଧି । ପଦ୍ମପୁର ଉପନିର୍ବାଚନରେ ଚାଷୀ ସମସ୍ୟାକୁ ନେଇ ବୈତରଣୀ ପାର କରିବାକୁ ସବୁ ଦଳର ପ୍ରସ୍ତୁତି । ସେଥିପାଇଁ ପଦ୍ମପୁରରୁ ଆରମ୍ଭ ହୋଇଥିବା ଚାଷୀ ଆନ୍ଦୋଳନ ଏବେ ରାଜଧାନୀ ଯାଏଁ ବ୍ୟାପିଲାଣି । ଆଉ ଏହାର ଫାଇଦା ନେବାକୁ ଆଗେଇ ଆସିଛି ବିଜେପି । ଶୁକ୍ରବାରଠାରୁ ଅନିର୍ଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କଲା ଦଳ। ଓଡିଶାରେ ସଂଖ୍ୟା ଦୃଷ୍ଟିରୁ ଏବଂ ବୃତ୍ତି ଦୃଷ୍ଟିରୁ ସବୁଠୁ ବଡ଼ ବର୍ଗ ହେଉଛନ୍ତି ଚାଷୀ । ହେଲେ ସେମାନେ ଅଧିକ ଅବହେଳିତ । ଏମିତି କି ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ରାଜ୍ୟ ସରକାର ଅଟକାଇ ରଖିଥିଲା । କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠିରୁ ଏହା ଧରାପଡ଼ିଛି। ତେଣୁ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ବିଜେପି ଆନ୍ଦୋଳନ କରିବ ଏବଂ ଚାଷୀଙ୍କୁ ତାଙ୍କ ହକ ନ ମିଳିବା ଯାଏଁ ଧାରଣାରୁ ଉଠିବ ନାହିଁ ବୋଲି ଦଳ କହିଛି ।

    ସେପଟେ ହଠାତ ବିଜେପିର ଚାଷୀଙ୍କ ପାଇଁ ଏଭଳି ଦରଦ ସମସ୍ତଙ୍କୁ ଚକିତ କରିଛି ବୋଲି ବିଜେଡ଼ି କହିଛି । ଏହାସହ ମୁଖ୍ୟମନ୍ତ୍ରୀ ବାରମ୍ୱାର କେନ୍ଦ୍ର ସରକାରଙ୍କୁ  ବୀମା ଓ ସବସିଡି ପାଇଁ  ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ଚୁପ ଥିବା ସମୟରେ ରାଜ୍ୟ ବିଜେପି କୁଆଡେ ଯାଇଥିଲା ବୋଲି ପ୍ରଶ୍ନ କରିଛି । ଅନୁରୂପ ଭାବରେ କଂଗ୍ରେସ ମଧ୍ୟ ଉଭୟ ବିଜେଡ଼ି ବିଜେପିକୁ କଡ଼ ସମାଲୋଚନା କରିଛି । ଭୋଟ ବେଳେ ଉଭୟ ଦଳଙ୍କୁ ଚାଷୀଙ୍କ କଥା ମନେ ପଡେ କି ବୋଲି ପ୍ରଶ୍ନ କରିଛି ।

     ତେବେ କେବଳ ବିଜେପି ନୁହେଁ ବିଭିନ୍ନ ସମୟରେ ବିଭିନ୍ନ ଦଳ ଚାଷୀ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥାନ୍ତି । ହେଲେ ଭୋଟ ରାଜନୀତିର ସ୍ୱାର୍ଥ ପୂରଣ ପରେ, ‘କି ଚାଷ ଓ ଚାଷି କିଏ’ ନ୍ୟାୟରେ ସମସ୍ତେ ଭୁଲି ଯାଆନ୍ତି । ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାରୁ ସିଂହଭାଗ ଭୋଟରଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏ କୁମ୍ଭୀର କାନ୍ଦଣା ଚାଲିଥିବା ଚର୍ଚ୍ଚା ହେଉଛି  ।

    ନବ କିଶୋର ସାହୁଙ୍କ ରିପୋର୍ଟ

  • ମିଶନ ଶକ୍ତି ମହିଳାଙ୍କୁ ଗୁଇନ୍ଦାଗିରିରେ ବିନିଯୋଗ କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

    ଭୁବନେଶ୍ବର: ମିଶନ ଶକ୍ତି ମାଧ୍ୟମରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡ଼ି କରିଛି ପ୍ଲାନ । ଏମିତ କି ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲାରୁ ମହିଳାଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ସହଜରେ ହଜମ କରି ପାରିନାହାନ୍ତି ବିରୋଧି । ଦଳୀୟ କର୍ମୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ହରାଇଥିବାରୁ ନିଜେ ଭେଟି ପ୍ରଚାର କରୁଥିବାର ଅଭିଯୋଗ କରିଛନ୍ତି । 

    ବିଜେଡିର ଦଳୀୟ କର୍ମୀଙ୍କୁ ଆଉ ନାହିଁ କି ଭରସା ? ଦଳକୁ ନିର୍ବାଚନୀ ବୈତରଣୀ ପାର କରାଇବେ କି ମିଶନ ଶକ୍ତିର ମହିଳା? କାରଣ ଦଳୀୟ କର୍ମୀଙ୍କୁ ଭେଟୁ ନ ଥିବା ନବୀନ  ପର୍ଯ୍ୟାୟ ଭିତ୍ତିରେ ପ୍ରତି ଦିନ କିଛି କିଛି ଜିଲ୍ଲାର ମିଶନ ଶକ୍ତିର ମହିଳାମାନଙ୍କୁ ଭେଟି ଆଲୋଚନା କରୁଛନ୍ତି । ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧି । ଏମିତି କି ମିଶନ ଶକ୍ତି ମହିଳାମାନଙ୍କୁ ଗୁଇନ୍ଦାଗିରିରେ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଭେଟୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏହାସହ କଂଗ୍ରେସ ମଧ୍ୟ ବିଜେଡ଼ିକୁ କଡ଼ା ସମାଲୋଚନା କରି ସରକାରୀ ଅର୍ଥରେ ମିଶନ ଶକ୍ତି ଗଠନ କରି ଦଳୀୟ କାର୍ଯ୍ୟରେ ବ୍ୟବହାର କରାଯାଉଥିବା କହିଛି । ଏପଟ ବିରୋଧିଙ୍କୁ କଡ଼ା ଜବାବ ଦେଇଛି ବିଜେଡ଼ି । ଔଷଧ ବିକଳରେ ବିରୋଧି ତାଟିଆ କାମୁଡୁଛନ୍ତି ବୋଲି କହିଛି ।

    ଏପଟେ ମିଶନ ଶକ୍ତି ମାଧ୍ୟମରେ ତୃଣମୂଳ ସ୍ତରରେ ବିଜେଡ଼ି ଭୋଟ ବ୍ୟାଙ୍କ ମଝଭୁତ କରୁଥିବା କହିଛନ୍ତି ରାଜନୈତିକ ସମିକ୍ଷକ । ଏହାସହ ତାଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ କରାଇ ବିଜେଡ଼ି ଆଡ଼କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଦଳ ।

    ଏହା ବିଜେଡ଼ିର ୨୪ ପ୍ରସ୍ତୁତିର ବଡ଼ ପର୍ବ ବୋଲି ମଧ୍ୟ କୁହାଯାଇପାରେ।

    ତେବେ ୨୪ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ କସରତ ଆରମ୍ଭ କରିଦେଇଥିବା ବେଳେ ବିଜେଡ଼ି ପ୍ରତେକ ବର୍ଗକୁ ଦଳ ସପକ୍ଷରେ ଆଣିବାକୁ ବ୍ଲୁ ପ୍ରିଣ୍ଟ କରିଛି ।

    ନବ କିଶୋର ସାହୁଙ୍କ ରିପୋର୍ଟ

  • ଗୋଆରୁ କଂଗ୍ରେସ ଛୋଡୋ ଅଭିଯାନର ଶୁଭାରମ୍ଭ: ପ୍ରମୋଦ ସାବନ୍ତ

    ପାନାଜି: ଗୋଟିଏ ପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ନେତୃତ୍ବରେ ଚାଲିଛି ଭାରତ ଯୋଡ କାର୍ଯ୍ୟକ୍ରମ। ଅନ୍ୟପଟେ କିନ୍ତୁ କଂଗ୍ରେସ ହାତ ଛାଡିବାରେ ଲାଗିଛନ୍ତି ଜଣେ ପରେ ଜଣେ ନେତା। ଏହା ଉପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତ। ସାବନ୍ତ କହିଛନ୍ତି, କଂଗ୍ରେସର ୮ ବିଧାୟକ ବିଜେପିରେ ସାମିଲ ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଭଲ କାମ କରୁଛନ୍ତି। ଗୋଆରେ ଡବଲ ଇଞ୍ଜିନ କାମ କରୁଛି। ଯେଉଁମାନେ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ବାଗତ।

     ସେ ରାହୁଲଙ୍କୁ ଟାର୍ଗେଟ କରି କହିଛନ୍ତି, ରାହୁଲ ଭାରତ ଯୋଡ ଯାତ୍ରା କରୁଥିବା ବେଳେ ଗୋଆରୁ କଂଗ୍ରେସ ଛୋଡୋ  ଅଭିଯାନ ଆରମ୍ଭ ହୋଇଯାଇଛି। ଗୋଆରେ ଆଉ ଯେଉଁ ନେତା କଂଗ୍ରେସରେ ଅଛନ୍ତି ସେମାନେ ଦଳ ଛାଡିବାକୁ ପ୍ରସ୍ତୁତ। ସେମାନେ ରାଷ୍ଟ୍ରର ହିତ ପାଇଁ ବିଜେପିରେ ସାମିଲ ହେବେ। ଉଲ୍ଲେଖ ଯୋଗ୍ୟ,  ୮ ତାରିଖରେ ଗୋଆର ୧୧ ବିଧାୟକ ବିଜେପିରେ ସାମିଲ ହୋଇଥିଲେ।

    ତେବେ କଂଗ୍ରେସରେ ରହିଯାଇଥିବା ୩ ବିଧାୟକଙ୍କ ସମ୍ପର୍କରେ ପଚରା ଯିବାରୁ ସାବନ୍ତ କହିଛନ୍ତି କି, କଂଗ୍ରେସର ବିଧାୟକମାନେ ବିନା କୌଣସି ସର୍ତରେ ବିଜେପିରେ ସାମିଲ ହୋଇଛନ୍ତି। ସେମାନେ ବିଜେପିରେ ସାମିଲ ହେବାକୁ ଚାହୁଁଥିଲେ। ଆମେ ସେମାନଙ୍କ ସହ ସମ୍ପର୍କ କରି ନ ଥିଲୁ। କଂଗ୍ରେସରେ ଆଉ ସେ ନେତୃତ୍ବ ନାହିଁ।  ଅନ୍ୟ ଏକ ପ୍ରଶ୍ନରେ ସେ କହିଛନ୍ତି କି, ମୁଁ  ଏହି ବିଧାୟକଙ୍କ ସହ ଦିଲ୍ଲୀ ଯିବି। ତେବେ ବର୍ତ୍ତମାନ ପାଇଁ କ୍ୟାବିନେଟରେ କୌଣସି ପରିବର୍ତ୍ତନର ଯୋଜନା ନାହିଁ। ମାଇକଲ ଲୋବୋଙ୍କ ସମ୍ପର୍କରେ ସାବନ୍ତ କହିଛନ୍ତି, ଲୋବୋ କଂଗ୍ରେସକୁ ଯିବା ପରେ ନିଜ ଭୁଲ ବୁଝିଥିଲେ।

  • କଂଗ୍ରେସକୁ ବଡ ଝଟକା

    ଗୋଟିଏ ପଟେ ଭାରତ ଯୋଡ଼ ଯାତ୍ରା କରି ଦଳକୁ ମଝଭୁତ କରିବା ସହ ଦଳ ସହ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ଟାର୍ଗେଟ ରଖିଛନ୍ତି ରାହୁଲ। ପଦଯାତ୍ରାକୁ ଅକୁଣ୍ଠ ସମର୍ଥନ ମିଳୁଥିବାର ଦାବି କରୁଛି କଂଗ୍ରେସ। ସେପଟେ କିନ୍ତୁ ଦଳ ଛାଡ଼ିବାରେ ଲାଗିଛନ୍ତି ଦଳୀୟ ବିଧାୟକ। ଗୋଆରେ କଂଗ୍ରେସ ପୁଣି ସଙ୍କଟରେ ପଡ଼ିଛି। ଦଳର ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କୁ ୮ କଂଗ୍ରେସ ବିଧାୟକ ଭେଟିଛନ୍ତି। ୮ କଂଗ୍ରେସ ବିଧାୟକ ବିଜେପିରେ ସାମିଲ୍ ହେଉଥିବାର କଥାକୁ ପୁଷ୍ଟି କରିଛନ୍ତି ରାଜ୍ୟ ବିଜେପି ସଭାପତି। ଏମାନଙ୍କ ଭିତରେ ଅଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗାମ୍ୱର କାମାତ୍ ଓ ପୂର୍ବତନ ବିରୋଧୀ ଦଳ ନେତା ମାଇକେଲ୍ ଲୋବୋ। କଂଗ୍ରେସ ବିଧାୟକ ଦଳ ବୈଠକ ବସି ବିଜେପିରେ ସାମିଲ୍ ହେବାକୁ ନିଷ୍ପତ୍ତି ନେଇଥିଲେ ଏ ସବୁ ଟପ୍ ନେତା। ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ସାଓ୍ୱନ୍ତଙ୍କ ହାତମୁଠାକୁ ଟାଣ କରିବୁ ବୋଲି କହିଛନ୍ତି ଏ ସବୁ ନେତା।

    ଏହି ୮ ବିଧାୟକ ବିଜେପିରେ ସାମିଲ ପରେ ଗୋଆ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା ୩ କୁ ଖସିଆସିଛି। ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ୨୦ ବିଧାୟକ ଅଛନ୍ତି। ଏବେ ବିଜେପିର ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଜୁଲାଇ ୨୦୧୯ରେ ବି ସମାନ ଅବସ୍ଥା ହୋଇଥିଲା କଂଗ୍ରେସରେ। କଂଗ୍ରେସର ୧୦ ବିଧାୟକ ଦଳରେ ବିଦ୍ରୋହ କରି ବିଜେପିକୁ ଜମ୍ପ୍ କରିଥିଲେ।

    ଗୋଆରେ କଂଗ୍ରେସ ପୁରା ସଂକଟରେ। ଭାରତ ଯୋଡ଼ ଯାତ୍ରା ବେଳେ ଦଳ ନିଜର ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲା ବେଳେ ଗୋଆ ବିଧାନସଭାରେ ସଦସ୍ୟ ସଂଖ୍ୟା ମାତ୍ର ୩କୁ ଖସିଆସିଛି। ଚଳିତ ଜୁଲାଇରେ ଲୋବୋଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଥିଲା କଂଗ୍ରେସ। ସେବେଠୁ ଲୋବୋ ଦଳରେ ବିଦ୍ରୋହ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ଗୋଆ କଂଗ୍ରେସ ଭିତରେ କଛି ଚାଲିଥିବା କହି ମନୀଷ ତିଓ୍ୱାରୀ ବି ଟ୍ୱିଟ୍ କରିଛନ୍ତି। କିଛି ଭଲ ସୂଚନାର ଗନ୍ଧ ବାରିହେଉନି ବୋଲି କହିଛନ୍ତି।

    ପ୍ରଦୀପ ନାୟକଙ୍କ ରିପୋର୍ଟ

Back to top button