ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବିରୁଦ୍ଧରେ ଏତଲା ପଞ୍ଜୀକରଣ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବିରୁଦ୍ଧରେ ଏତଲା ପଞ୍ଜୀକରଣ ହେଲା। ୩ ବର୍ଷ ତଳର ମାମଲାରେ ଏବେ ଜଗନଙ୍କ ସମେତ ଦୁଇ ଆଇପିଏସଙ୍କ ବିରୁଦ୍ଧରେ ଏତଲା ହୋଇଛି। ଟିଡିପି ବିଧାୟକ ତଥା ପୂର୍ବତନ ସାଂସଦ କେ.ରଘୁରାମ କ୍ରିଷ୍ଣମ ରାଜୁଙ୍କ ଏତଲା ଆଧାରରେ ଏହା ପଞ୍ଜୀକରଣ ହୋଇଛି। ରାଜୁ ଅଭିଯୋଗ କରିଥିଲେ ଯେ- ମେ ୧୪, ୨୦୨୧ରେ ହାଇଦ୍ରାବାଦରୁ ତାଙ୍କୁ ସିବି-ସିଆଇଡ଼ି ଗିରଫ କରିଥିଲା। କୋର୍ଟରେ ହାଜର ନକରି ତାଙ୍କୁ ଗୁଣ୍ଟୁର ନିଆଯାଇଥିଲା। ଆଉ ରାଜୁ ଏତଲାରେ ଦର୍ଶାଇଛନ୍ତି ଯେ, ଜଗନଙ୍କ ନିର୍ଦେଶରେ ହିଁ ଦୁଇ ଆଇପିଏସ ଅଫିସର ତାଙ୍କୁ ପିଟିଥିଲେ। ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ରାଜୁ ପୂର୍ବରୁ ଓ୍ୱାଇଏସଆର କଂଗ୍ରେସ ସହ ଥିଲେ ଆଉ ନାରସପୁରମକୁ ସାଂସଦ ଜିତିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *