ଉପନିର୍ବାଚନ ଫଳାଫଳ ; ୭ ରାଜ୍ୟର ୧୩ ସିଟ୍ ପାଇଁ କଡା ଟକ୍କର ।

୭ ରାଜ୍ୟର ୧୩ ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନର ରେଜଲ୍ଟ ଆସିବାକୁ ଯାଉଛି ।  ଉପନିର୍ବାଚନ ପାଇଁ ୧୦ ଜୁଲାଇରେ ମତଦାନ ହୋଇଥିଲା  । ଆଜି ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି  ।  ୭ ରାଜ୍ୟ ମଧ୍ୟରେ ସବୁଠୁ ଅଧିକ ସିଟ ପଶ୍ଚିମବଙ୍ଗରୁ ରହିଛି  ।  ପଶ୍ଚିମବଙ୍ଗର ୪ଟି ସିଟରେ ପଡିଥିଲା ଭୋଟ ସେହିଭଳି ହିମାଚଳ ପ୍ରଦେଶରେ ୩ଟି ସିଟ୍ , ଉତ୍ତରାଖଣ୍ଡରେ ୨ ଟି ସିଟ୍ ,

ସେପଟେ ବିହାର,ମଧ୍ୟପ୍ରଦେଶ,ପଞ୍ଜାବ,ତାମିଲନାଡୁର ଗୋଟିଏ ଲେଖାଏଁ ସିଟରେ ଭୋଟ ଗଣତି ଜାରି ରହିଛି । ଲୋକସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ଏହି ନିର୍ବାଚନ ହୋଇଛି । ୧୩ସିଟରୁ ମଇଦାନକୁ ଓଲ୍ଲାଇଥିଲେ ୧୨୧ ଜଣ ପ୍ରାର୍ଥୀ ।  ଟକ୍କର ମଧ୍ୟ ଜୋରଦାର ଦେଖିବାକୁ ମିଳିଥିଲା ।ଏମାନଙ୍କ ମଧ୍ୟରେ କିଛି ନୂଆ ପ୍ରାର୍ଥୀ ମଧ୍ୟ ନିଜର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି  । ଦିନ ଗୋଟାଏ ସୁଦ୍ଧା ୧୩ସିଟରୁ ୧୧ ସିଟରେ ଇଣ୍ଡିଆ ଗଠବନ୍ଧନର ପ୍ରାର୍ଥୀ ଆଗରେ ରହିଛନ୍ତି  । ହିମାଚଳର ଗୋଟିଏ ସିଟରେ ଭାଜପା ଆଗୁଆ ରହିଥିବା ବେଳେ ବିହାରରେ ସ୍ବାଧିନ ପ୍ରାର୍ଥୀ ସର୍ବାଗେ ରହିଛନ୍ତି  । ଅନ୍ୟପଟେ ପଞ୍ଜାବର ଜଳନ୍ଧର ସିଟରେ ଆମ ଆଦମୀ ପାର୍ଟୀ ପ୍ରାର୍ଥୀ ମୋହିନ୍ଧର ଭଗତ ବିଜୟ ଲାଭ କରିବା ସହ ହିମାଚଳର ଦେହରା ସିଟରେ କଂଗ୍ରେସର କମଳେଶ ଠାକୁର ବିଜୟୀ ହୋଇଛନ୍ତି..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *