ଉପ-ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଲହର। ଏନଡିଏ ମାତ୍ର ଦୁଇଟି ସିଟରେ ହାମୁଡ଼େଇପଡିଲା। ମୋଟ୍ ୧୩ଟି ଆସନରେ ହୋଇଥିଲା ଉପ-ନିର୍ବାଚନ। ୭ଟି ରାଜ୍ୟର ୧୩ଟି ଆସନରେ ହୋଇଥିବା ଉପ-ନିର୍ବାଚନରେ ଅଧିକାଂଶ ଆସନରେ ଇଣ୍ଡିଆ ମେଣ୍ଟ ବିଜୟର ଧ୍ୱଜା ଉଡ଼ାଇଛି। ଲୋକସଭା ନିର୍ବାଚନରେ ଅଯୋଧ୍ୟା ହାରିଥିବା ବିଜେପି ହାତରୁ ଏଥର ବଦ୍ରିନାଥ ବିଧାନସଭା ଆସନ ବି ହାତଛଡ଼ା ହୋଇଗଲା। ଉତ୍ତରାଖଣ୍ଡରେ କଂଗ୍ରେସ ବଡ଼ ବିଜୟ ହାସଲ କରିଛି।
ସ୍ୱିପ୍ କଲା ଇଣ୍ଡିଆ ମେଣ୍ଟ। ଏନଡିଏ ମେଣ୍ଟକୁ ଧୂଳି ଚଟାଇଦେଲା ଇଣ୍ଡିଆ ମେଣ୍ଟ। ୭ଟି ରାଜ୍ୟରେ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ କରିସ୍ମା ଦେଖାଇଲା ଇଣ୍ଡିଆ ମେଣ୍ଟ। ୧୩ ଟି ଆସନରୁ ୧୧ଟି ଆସନ ଏକା ପୋଛିନେଲା ଇଣ୍ଡିଆ ମେଣ୍ଟ। ମାତ୍ର ଦୁଇଟି ଆସନରେ ହାମୁଡ଼େଇ ପଡ଼ିଲା ଏନଡିଏ। ହିମାଚଳପ୍ରଦେଶ ଓ ମଧ୍ୟପ୍ରଦେଶରେ ଦୁଇଟି ଆସନରେ କେବଳ ଜିତ୍ ପକ୍କା କରିପାରିଲା ପଦ୍ମ କ୍ୟାମ୍ପ। ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି ବଦ୍ରିନାଥ ବିଧାନସଭା ଆସନରେ। ଲୋକସଭା ନିର୍ବାଚନରେ ଅଯୋଧ୍ୟାରୁ ହାରିଥିବା ବିଜେପିର ସମଦଶା ବଦ୍ରିନାଥରେ ବି ହେଲା। ଉତ୍ତରାଖଣ୍ଡର ବଦ୍ରିନାଥ ଆସନ ବିଜେପି ହାତରୁ ଛଡ଼ାଇନେଲା କଂଗ୍ରେସ। ଲୋକସଭା ନିର୍ବାଚନର ୪୦ ଦିନ ପରେ ୧୩ଟି ଆସନରେ ଅନୁଷ୍ଠିତ ଏହି ଉପନିର୍ବାଚନକୁ ଏସିଡ୍ ଟେଷ୍ଟ ବୋଲି କୁହାଯାଉଥିଲା। କିନ୍ତୁ ଏସିଡ୍ ଟେଷ୍ଟରେ ବାଜିମାତ୍ କଲା ଇଣ୍ଡିଆ ମେଣ୍ଟ। ଜୁଲାଇ ୧୦ରେ ହୋଇଥିବା ଉପନିର୍ବାଚନର ଫଳାଫଳ ଏନଡିଏକୁ ନିରାଶ କରିଛି। ହିମାଚଳପ୍ରଦେଶର ୩ଟି ଆସନରୁ ୨ଟି ଆସନ କଂଗ୍ରେସ ଖାତାକୁ ଯାଇଥିଲା ବେଳେ ବିଜେପି ମାତ୍ର ହମିରପୁର ସିଟରେ ଜିତିଲା। ଦେହରା ଆସନରେମୁଖ୍ୟମନ୍ତ୍ରୀଙ୍କ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଲେଶ ଠାକୁର ବାଜି ମାରିଛନ୍ତି। ବିହାର ରେଜଲ୍ଚ ରୋମାଞ୍ଚକର ଥିଲା। ଏଠାରେ ରୂପୌଲି ଆସନରେ ସ୍ୱାଧୀନ ପ୍ରାର୍ଥୀ ଜେଡିୟୁ ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଲେ। ସ୍ୱାଧୀନ ପ୍ରାର୍ଥୀ ଶଙ୍କର ସିଂ ଜେଡିୟୁ ପ୍ରାର୍ଥୀ କଲାଧର ମଣ୍ଡଳଙ୍କୁ ହରାଇଦେଲେ। ଏଠାରେ ଆରଜେଡିର ବୀମା ଭାରତୀ ତୃତୀୟ ସ୍ଥାନରେ ରହିଲେ। ମଧ୍ୟପ୍ରଦେଶର ଅମରଓ୍ୱାଡ଼ା ଆସନରେ ବିଜେପିର ଜିତିବା ଏତେ ସହଜ ନଥିଲା। କଡ଼ାଟକ୍କର ପରେ ବିଜେପିର କମଲେଶ ଶାହା ଜିତିଲେ। ୧୫ ରାଉଣ୍ଡ ସୁଦ୍ଧା କଂଗ୍ରେସର ଧୀରନ ଶାହା ୪ ହଜାର ଭୋଟ ବ୍ୟବଧାନରେ ଆଗୁଆ ଥିଲେ। କିନ୍ତୁ ଏହା ପରବର୍ତ୍ତୀ ରାଉଣ୍ଡରେ ବାଜି ମାରିଥିଲେ କମଲେଶ।
ପଶ୍ଚିମବଙ୍ଗରେ ମମତା ମ୍ୟାଜିକ୍ ବଳବତ୍ତର ରହିଲା। ୪ରୁ ୪ ଆସନ ପୋଛିନେଲା ଟିଏମସି। ୨୦୨୧ ବିଧାନସଭା ନିର୍ବାଚନରେ ମାନିକତଲା ଆସନରେ ଟିଏମସି ଜିତିଥିଲା ବେଳେ ବାକି ୩ ଆସନ ରାୟଗଞ୍ଜ, ରାଣାଘାଟ ଦକ୍ଷିଣ ଓ ବଗଦାହରେ ପଦ୍ମ ଫୁଟିଥିଲା। ହେଲେ ଏଥର ଉପ-ନିର୍ବାଚନରେ ସବୁତକ ଆସନ ଟିଏମସି ନେଇଗଲା। ଅନ୍ୟପଟେ ପଞ୍ଜାବର ଜଳନ୍ଧର ସିଟ୍ରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ମୋହିନ୍ଧର ଭଗତ ବିଜୟ ଲାଭ କରିଛନ୍ତି। ସହ ହିମାଚଳର ଦେହରା ସିଟରେ କଂଗ୍ରେସର କମଳେଶ ଠାକୁର ବିଜୟୀ ହୋଇଛନ୍ତି
ପଶ୍ଚିମବଙ୍ଗର ୪ରୁ ୪ଆସନ ପୋଛିନେଇଛି ଟିଏମସି।
ହିମାଚଳର ଗୋଟିଏ ସିଟରେ ଭାଜପା ଆଗୁଆ ରହିଥିବା ବେଳେ ବିହାରରେ ସ୍ବାଧିନ ପ୍ରାର୍ଥୀ ସର୍ବାଗେ ରହିଛନ୍ତି । ଅନ୍ୟପଟେ ପଞ୍ଜାବର ଜଳନ୍ଧର ସିଟରେ ଆମ ଆଦମୀ ପାର୍ଟୀ ପ୍ରାର୍ଥୀ ମୋହିନ୍ଧର ଭଗତ ବିଜୟ ଲାଭ କରିବା ସହ ହିମାଚଳର ଦେହରା ସିଟରେ କଂଗ୍ରେସର କମଳେଶ ଠାକୁର ବିଜୟୀ ହୋଇଛନ୍ତି । ତେବେ ୭ ରାଜ୍ୟ ମଧ୍ୟରେ ସବୁଠୁ ଅଧିକ ସିଟ୍ ପଶ୍ଚିମବଙ୍ଗରୁ ରହିଛି । ପଶ୍ଚିମବଙ୍ଗର ୪ଟି ସିଟରେ ପଡିଥିଲା ଭୋଟ ସେହିଭଳି ହିମାଚଳ ପ୍ରଦେଶରେ ୩ଟି ସିଟ୍, ଉତ୍ତରାଖଣ୍ଡରେ ୨ ଟି ସିଟ୍ ,ବିହାର,ମଧ୍ୟପ୍ରଦେଶ,ପଞ୍ଜାବ,ତାମିଲନାଡୁର ଗୋଟିଏ ଲେଖାଏଁ ସିଟରେ ଭୋଟ ଗଣତି ହୋଇଥିଲା । ପଶ୍ଚିମବଙ୍ଗର ରାୟଗଞ୍ଜ, ଦକ୍ଷିଣ ରାନାଘାଟ,ବାଗଦା,ମାନିକତଲା ଏହି ୪ ଚାରୋଟି ସିଟରେ ଉପନିର୍ବାଚନ ହୋଇଥିବା ବେଳେ ଫଳାଫଳ ଟିଏମସି ସପକ୍ଷରେ ଯାଇଛି । ଉତ୍ତରାଖଣ୍ଡର ବଦ୍ରିନାଥ ଓ ମଙ୍ଗୋଲର , ତାମିନନାଡୁର ବିକ୍ରବଡି,ମଧ୍ୟପ୍ରଦେଶର ଅମରବାଡା, ହିମାଚଳ ପ୍ରଦେଶର ଦେହରା,ହମିରପୁର ଓ ନାଲାଗଡ ସିଟରେ ହେଉଥିଲା ଉପନିର୍ବାଚନ..।

Naxatra News is now on Whatsapp
Join and get latest news update delivered to you via whatsapp
Join Now