କୁଆଡେ ଗଲେ ବିଧାୟକଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ମହିଳା, ମିଳୁନି କୌଣସି ଖୋଜ ଖବର

Spread the love

ଝରିଗାଁ ବିଧାୟକ ପ୍ରକାଶ ମାଝି ଯୌନ କେଳେଙ୍କାରୀ ପ୍ରସଙ୍ଗ ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମଳନୀରେ ଦଳର ସାଧାରଣ ସମ୍ପାଦିକା ଲେଖଶ୍ରୀ ସାମନ୍ତସିଂହାର କହିଛନ୍ତି ଶାସକ ଦଳ ପାଇଁ ଆଇନ ତା ବାଟରେ ଯାଉନାହିଁ । ଗତ ୪  ଦିନ ତଳେ ଦେଓଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ବିନା ତଥ୍ୟ ପ୍ରମାଣ ଓ ବିନା ତଦନ୍ତରେ ତିଳେଇବଣି ବିଡ଼ିଓଙ୍କ କାଉଣ୍ଟର ଏଫଆଇଆରରେ ଗିରଫ କଲା ପୋଲିସ । ଅପରପକ୍ଷରେ  ବାଙ୍କୀ ଅଞ୍ଚଳର ଜଣେ ମହିଳା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ । ଇତି ମଧ୍ୟରେ ୫ ଦିନ ବିତିଯାଇଥିଲେ ହେଁ,  ପୋଲିସ ବିଧାୟକଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ସବୁଠାରୁ ସାଂଘାତିକ କଥା ହେଉଛି ସମ୍ପୃକ୍ତି ପିଡାତାଙ୍କୁ ମାମଲା ପ୍ରତ୍ୟାହର ପାଇଁ ବାଙ୍କୀ ବିଧାୟକ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ମହିଳାଙ୍କର କୌଣସି ଖୋଜ ଖବର ନାହିଁ । ତାଙ୍କୁ କେଉଁଠି ଲୁଚା ଯାଇଛି କି ତାଙ୍କର ହତ୍ୟା କରାଯାଇଛି । ଏହାର ସ୍ପଷ୍ଟୀକରଣ ଦାବି କରିଛି ବିଜେପି । ଅପରପକ୍ଷରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଶୁକ୍ରବାର ସବୁ ଏସପି ଅଫିସ ଆଗରେ ଧାରଣ ଦେବ ଦଳ ।

ନବରଙ୍ଗପୁର ଜିଲ୍ଲାରେ ବିଜେପିର ପ୍ରେସର୍ ଶୋ । ଯୌନ କେଳେଙ୍କାରୀ ମାମଲାରେ ଛନ୍ଦି ହୋଇଥିବା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ତୁରନ୍ତ ଗିରଫ କରିବା ଏବଂ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସମସ୍ୟା ତଥା ଦୁର୍ନୀତି ବିରୁଦ୍ଧରେ ଉମରକୋଟରେ ବିଜେପିର ପ୍ରେସର୍ ଶୋ। ଗୁରୁବାର  ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଶହ ଶହ ବିଜେପି କର୍ମୀ ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ମନ୍ଦିରରୁ ଏକ ବିଶାଳ ରାଲିରେ ବାହାରି ନାରାବାଜି କରି ସହର ପରିକ୍ରମା କରିବା ସହ ବ୍ଲକ୍ ଏବଂ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏନେଇ ଦଳ ପକ୍ଷରୁ ରାଜ୍ୟପାଳଙ୍କ ଉର୍ଦ୍ଦେଶ୍ୟରେ ଏକ ସ୍ମରକପତ୍ର ପ୍ରଦାନ କରାଯାଇଛି । ଗୋଟିଏ ପଟେ ବିଧାୟକ ପ୍ରକାଶ ମାଝିଙ୍କ ସପକ୍ଷରେ ଦଳ ଆଗକୁ ଆସିଥିବା ବେଳେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ବିରୋଧୀ । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି । ତେବେ ଆଗକୁ ମାମଲା କେଉଁ ମୋଡ ନେଉଛି ଏବେ ତାହାରି ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *