କେତେ କ୍ଷତିଗ୍ରସ୍ତ ଜମାକାରୀ ପାଇଛନ୍ତି ଟଙ୍କା- ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

 କେବେ ସୁଦ୍ଧା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପାଇବେ ସେମାନଙ୍କ ଟଙ୍କା। କେତେ ସଂସ୍ଥାର ସମ୍ପତ୍ତି ଜବତ ହୋଇଛି। ଏ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି। ଅଦ୍ୟାବଧି ୬୬ଟି ଚିଟଫଣ୍ଡ କମ୍ପାନୀର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ୮୯ଟି ପ୍ରସ୍ତାବକୁ ଅନୁଧ୍ୟାମ ପରେ ସମ୍ପତ୍ତି ଆଟାଟ୍ ଲାଗି ନିର୍ଦେଶ ଦିଆଯାଇଛି। ନ୍ୟାୟାଳୟ ୩୯ଟି କେସରେ ସରକାରଙ୍କ ଅନ୍ତରୀଣ ସମ୍ପତ୍ତି ଆଟାଚ୍ ଆଦେଶକୁ କାଏମ ରଖିଛନ୍ତି। ୨୫ଟି ବେଆଇନ ଚିଟ୍‌ଫଣ୍ଡ ସଂସ୍ଥାର ସ୍ଥାବର ସମ୍ପତ୍ତି ନିଲାମ କରି ୮ କୋଟି ୯୩ଲକ୍ଷ ୫୨ହଜାର ୪୩୨ ଟଙ୍କା ପ୍ରାପ୍ତ ହୋଇଛି। ଏବେ ୩ଟି ବେଆଇନ ଆର୍ଥିକ ସଂସ୍ଥାର ସମ୍ପତ୍ତି ନିଲାମ ଓ ବ୍ୟାଙ୍କ ଜବତ ଅର୍ଥରୁ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପ୍ରକ୍ରିୟା ଜାରି ରହିଛି। ୧ ଲକ୍ଷ ୭୯ହଜାର ୬୪୦ ଜଣ ଜମାକାରୀଙ୍କୁ ୬୫କୋଟି ୨୬ଲକ୍ଷ ୬୬ହଜାର ୬୮୭ ଟଙ୍କା ଫେରସ୍ତ ହୋଇଛି। ଗୋଲଡେନ ଲ୍ୟାଣ୍ଡ୍ ଡେଭଲପର୍ସ ଗ୍ରୁପ ଅଫ କମ୍ପାନୀର ସମ୍ପତ୍ତି ନିଲାମ ଓ ବ୍ୟାଙ୍କରୁ ସିଜ୍ ଅର୍ଥରୁ ୧୭ହଜାର୭୬୨ ଜମାକାରୀଙ୍କୁ ୬କୋଟି ୪ଲକ୍ଷ ୫୨ହଜାର ୮୩୭ ଟଙ୍କା ଫେରସ୍ତ ହୋଇଛି। ହାଇଟେକ୍ ଇଷ୍ଟେଟସ ଗ୍ରୁପ ଅଫ କମ୍ପାନୀର ନିଲାମୀ ଓ ବ୍ୟାଙ୍କରୁ ଜବତ ଅର୍ଥରୁ ୧ ହଜାର ଏକ ଜମାକାରୀଙ୍କୁ ୮ କୋଟି ୩୦ଲକ୍ଷ ୭ହଜାର ୪୩୦ ଟଙ୍କା ଫେରସ୍ତ ହୋଇଛି। ତଦନ୍ତ କମିଶନ ଅନ୍ତରୀଣ ରିପୋର୍ଟରେ କରିଥିବା ସୁପାରିଶ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ ହୋଇଥିବା ପ୍ରକୃତ କ୍ଷୁଦ୍ର ଜମାକାରୀଙ୍କୁ ତାଙ୍କର ବାସ୍ତବ ଜମାରାଶି କର୍ପସ ପାଣ୍ଠିରୁ କ୍ଷତିପୂରଣ ଆକାରରେ ଜମାକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଦେବାର ପ୍ରକ୍ରିୟା ଚାଲୁଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *