ଝିଆରି ପାଇଁ ବାଟ ଛାଡ଼ିଦେବେ ଦାଦା! ବ୍ରହ୍ମଗିରି ରାଜନୀତିରେ ବଦଳିବେ ବିଜେପି ଚେହେରା?

Spread the love

ବର୍ଷବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି ଆସିଥିବା ବ୍ରହ୍ମଗିରିକୁ ନେଇ ପୁଣି ଥରେ ଚର୍ଚ୍ଚା। ବର୍ତ୍ତମାନ ବ୍ରହ୍ମଗିରିରର ବିଧାୟକ ଅଛନ୍ତି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର। ହେଲେ ୨୦୨୪ରେ ଲଳିଟେନ୍ଦୁ ନୁହେଁ ବରଂ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଲଳିଟେନ୍ଦୁ କହିଛନ୍ତି କିଏ ହେବେ ୨୦୨୪ରେ ପ୍ରାର୍ଥୀ, ତାହା ଦଳ ନିଷ୍ପତ୍ତି ନେବ। ତେବେ ଝିଆରି ପାଇଁ ବାଟ ଛାଡ଼ିଦେବେ ଦାଦା! ବ୍ରହ୍ମଗିରି ରାଜନୀତିରେ ବଦଳିବେ ବିଜେପି ଚେହେରା?

କିଛି ଏଭଳି ଚର୍ଚ୍ଚା ଆଜି ସକାଳୁ ଜୋର ଧରିଛି। ଲୁଲୁ ମହାପାତ୍ରଙ୍କ ଗଡ଼ ଥିଲା ବ୍ରହ୍ମଗିରି। ହେଲେ ୨୦୦୯ ଓ ୨୦୧୪ରେ ଏହା ବିଜେଡି ହାତକୁ ଯାଇଥିଲା। କିନ୍ତୁ ଲୁଲୁଙ୍କ ବିୟୋଗ ପରେ ସାନ ଭାଇ ଲଳିତେନ୍ଦୁ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ବିଶାଳ ସମାବେଶରେ କଂଗ୍ରେସ ଛାଡ଼ି ପଦ୍ମ ଧରିଥିଲେ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଓ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଉପାସନାଙ୍କ ବୟସ ହୋଇନଥିବା କାରଣରୁ ପ୍ରାର୍ଥୀ ହୋଇଥିଲେ ଲଳିତେନ୍ଦୁ। ବର୍ତ୍ତମାନ ବ୍ରହ୍ମଗିରି ରାଜନୀତିରେ ସକ୍ରିୟ ଅଛନ୍ତି ଉପାସନା ମହାପାତ୍ର। ଦାଦା ତଥା ବିଧାୟକ ଲଳିତେନ୍ଦୁଙ୍କ ସହ ମିଶି ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ୨୦୨୪ରେ କିଏ ହେବେ ପ୍ରାର୍ଥୀ ତାହା ସ୍ପଷ୍ଟ ହୋଇନି। ଆଉ ଦାଦା ଝିଆରୀଙ୍କୁ ନେଇ ଟିକଟ ଇସ୍ୟୁ ଭଳି ଏକ ଖବର ଧସେଇ ପଶିବା ପଛରେ କିଛି ନ୍ୟସ୍ତସ୍ୱାର୍ଥୀଙ୍କ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି କହିଛନ୍ତି ବିଧାୟକ ଲଳିତେନ୍ଦୁ। ଉପାସନାଙ୍କୁ ପ୍ରାର୍ଥୀ କରିବା ପାଇଁ ସେ ଘୋଷଣା କରିଥିବା ଚର୍ଚ୍ଚା ଏକ ଗୁଜବ। ସେ ନୁହେଁ, କେନ୍ଦ୍ରୀୟ ନେତୃତ୍ୱ ହିଁ ପ୍ରାର୍ଥୀ ଚୟନ କରନ୍ତି। ଲୁଲୁଙ୍କ ଝିଅ ଭାବରେ ଉପାସନାଙ୍କ ପ୍ରତି ଅନୁକମ୍ପା ରହିଛି । ବିଧାୟକ ଭାବେ ଲଳିତେନ୍ଦୁଙ୍କ କାର୍ଯ୍ୟ ଓ ଲୋକପ୍ରିୟତା ବି ବିଜେପିର ବଡ଼ ଭୋଟ୍‌ ବ୍ୟାଙ୍କ। ଏଭଳି ସ୍ଥିତିରେ ରୋଚକ ହୋଇପାରେ କି ବ୍ରହ୍ମଗିରି ରାଜନୀତି ଏବେ ପୁଣି ଚର୍ଚ୍ଚା।  

Leave a Reply

Your email address will not be published. Required fields are marked *