ଟିମ୍ ମୋଦୀ 3.0

Spread the love

ଶପଥ ଗ୍ରହଣ କଲା ଏନଡିଏ ସରକାର। ଆରମ୍ଭ ହେଲା ମୋଦିଙ୍କ ତୃତୀୟ ପାଳି। ସହଯୋଗୀଙ୍କ ସହାୟତାରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ୭୨ ଜଣ ମନ୍ତ୍ରୀ ପରିଷଦରେ ସାମିଲ । କ୍ୟାବିନେଟରେ ସ୍ଥାନ ପାଇଛନ୍ତି ୬ ପୂର୍ବତନ ମୁଖ୍ୟମନ୍ତ୍ରୀ । ୩୦ ଜଣଙ୍କୁ କ୍ୟାବିନେଟ , ୫ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ବାଧିନ ପାହ୍ୟା , ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଲେ ୩୬ ରାଷ୍ଟ୍ର ମନ୍ତ୍ରୀ । ମନ୍ତ୍ରୀପରିଷଦରେ ବିଜେପିର ୬୧, ସହଯୋଗୀ ଦଳର ୧୧, ୨୭ ଓବିସି , ୧୦ ଏସସି, ୫ ଏସଟି, ୫ ସଂଖ୍ୟାଲଘୁ ସଦସ୍ୟଙ୍କୁ ମନ୍ତ୍ରୀପଦ । ପ୍ରଧାନମନ୍ତ୍ରୀଙ୍କ ସମେତ, ରାଜନାଥ ସିଂ, ଅମିତଶାହ, ନୀତିନ ଗଡ଼କରୀ, ଜଗତ ପ୍ରସାଦ ନଡ୍ଡା, ନିର୍ମଳା ସୀତାରମଣ, ଏସ. ଜୟଶଙ୍କର, ଶିବରାଜ ସିଂ ଚୌହ୍ୱାନ, ପୀୟୁଷ ଗୋଏଲ, ମନୋହର ଲାଲ ଖଟ୍ଟର, ଏଚ ଡି କୁମାରସ୍ୱାମୀ, ଧର୍ମେନ୍ଦ୍ର ପ୍ରଧାନ, ଜିତନରାମ ମାନଝୀ, ଲଲନ ସିଂ, ସର୍ବାନନ୍ଦ ସୋନୱାଲ, ଡକ୍ଟର ବୀରେନ୍ଦ୍ର କୁମାର, କେ.ରାମମୋହନ ନାଇଡ଼ୁ, ରାଜୀବ ରଞ୍ଜନ ସିଂ,ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୁପେନ୍ଦ୍ର ଯାଦବ,ଗଜେନ୍ଦ୍ର ସିଂ ଶେଖାଓ୍ୱତ,ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜିଜୁ,ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡଭ୍ୟ,ଜି. କିଷନ ରେଡ୍ଡୀ, ଚିରାଗ ପାଶୱାନ, ସି. ଆର ପାଟିଲ, ଇନ୍ଦ୍ରଜିତ ସିଂ, ଅର୍ଜୁନ ରାମ ମେଘୱାଲ, ପ୍ରତାପ ରାଓ ଯାଦବ , ଅନୁପ୍ରିୟା ପଟେଲ , ଜୟନ୍ତ ଚୌଧରୀ ,ପ୍ରମୁଖ ଶପଥ ନେଇଛନ୍ତି ।

Leave a Reply

Your email address will not be published. Required fields are marked *