ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆସନ୍ତାକାଲି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବ । ଏହି ବୈଠକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୂର୍ତ୍ତ ମନ୍ତ୍ରୀ ଭାବେ ମୁଁ ଯୋଗ ଦେବେ । ସେହିପରି ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ବୈଠକ ଉପସ୍ଥିତ ରହିବେ ।ଯେଉଁ ପ୍ରକଳ୍ପ ଗୁଡ଼ିକୁ ଓଡ଼ିଶାରେ ଚାଲୁ ରହିଛି ସେ ବାବଦରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଲୋଚନା କରାଯିବ। ଓଡ଼ିଶାରେ ରୋଡ ଟ୍ରାନ୍ସପୋର୍ଟ ଯେଉଁ ପ୍ରକଳ୍ପଗୁଡ଼ିକ ଚାଲୁ ରହିଛି । ସେ ବାବଦରେ ଆଲୋଚନା ହେବ । ଓଡ଼ିଶାରେ ରୋଡ ନେଟୱାର୍କର ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିବ । ତା ସହିତ ଅର୍ଥନୀତି ଦୃଷ୍ଟିକୋଣରୁ କିଭଳି ବିକାଶ ହେବ ଓଡ଼ିଶାର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିବେ । ଆଶା ରହିଛି ଜେହେତୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ତେଣୁ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ଏ ଦିଗରେ ପଦକ୍ଷେପ ନେବେ ।

କୋଷ୍ଟାଲ ହାଇୱେ ନେଇ ମଧ୍ୟ ଦିଲ୍ଲୀ ବୈଠକରେ ଚର୍ଚ୍ଚା ଆଲୋଚନା ହେବ । କୋଷ୍ଟାଲ ହାଇୱେ ନେଇ ଖୁବଶୀଘ୍ର ଏ ବାବଦରେ କିଛି ଘୋଷଣା ହେବାର ସମ୍ଭାବନା ରହିଛି । ତେବେ କୋଷ୍ଟାଲ ହାଇୱେ ଦିଲ୍ଲୀ ବୈଠକରେ ପ୍ରମୁଖ ପ୍ରସଙ୍ଗ ହେବ ।

ବିକାଶର ପ୍ରଥମ ପାହାଚ ସବୁବେଳେ ଇନଫ୍ରାଷ୍ଟକଚରାଲ ଗ୍ରୋଥ ଏବଂ ବିଶେଷ କରି ରୋଡ ସହିତ ରେଳବାଇ ବିକାଶ ଉପରେ ନିର୍ଭର କରେ । ତେଣୁ ସେଇ ଦୃଷ୍ଟି କୋଣରୁ ରାଜ୍ୟ ସରକାର ସବୁବେଳେ ଜାଗ୍ରତ ଅଛନ୍ତି । ରୋଡ୍ ଏବଂ ରେଳ ଇନଫ୍ରାଷ୍ଟକଚରା କିଭଳି ଭାବେ ଠିକ୍ ଢ଼ଙ୍ଗରେ ହେବ । ସେଥିପାଇଁ କେନ୍ଦ୍ର ସରକରଙ୍କର ସହାୟତା ଆବଶ୍ୟକତା ରହିଛି। ଯେହେତୁ ରାଜ୍ୟରେ ଡବଲ ଇଞ୍ଜିନର ସରକାର ତାକୁ ନେଇ ବ୍ୟାପକ ଭାବେ ଓଡ଼ିଶାକୁ ସହାୟତା ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ଯାହାକି ଆଗାମୀ ଦିନରେ ରାଜ୍ୟର ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ। ଓଡ଼ିଶାର ଅର୍ଥନୀତିକୁ ସଜାଡ଼ିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଇ ପ୍ରକ୍ରିୟାରେ ସହାୟତା ମିଳିବ ।

ରେଳବାଇ କ୍ଷେତ୍ରରେ ବଡ ଘୋଷଣା ହୋଇସାରିଛି । ଆଗକୁ ଆହୁରି ବଡ ଘୋଷଣା ହେବାକୁ ଯାଉଛି । ରୋଡ ସଂଯୋଗୀକରଣ ବାବଦରେ ଆଜି ତାରିଖରେ ଏନଏଚ ବ୍ୟାପକ ଭାବେ ପାଖାପାଖି ୨୦ ହଜାର କୋଟି ଟଙ୍କାର କାମ ଚାଲିବା ପ୍ରକ୍ରିୟାରେ ଅଛି । ଗତ ସରକାର ସମୟର ଯେଉଁ କାମଗୁଡିକ ଆଗେଇ ପାରୁ ନ ଥିଲା ସେଗୁଡିକ କିଭଳି ତ୍ୱରାନିତ ହୋଇ କାମ ହେବ, ସେନେଇ ନିଷ୍ପତ୍ତି ସରିଛି । ରବିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଗାମୀ ସମୟର ଓଡ଼ିଶାର ରୋଡ ନେଟୱାର୍କକୁ ଶେଷ କରିବ । ସେହିପରି ୨୦୩୬ ପାଇ ଅର୍ଥନୀତି ବିକାଶ ଯେଉଁ ଲକ୍ଷ୍ୟ ରଖା ଯାଇ ଯୋଜନା କରାଯାଇଛି । ବିଶେଷ କରି ରୋଡ ନେଟୱାର୍କର ଭିଜନକୁ ଏଇ ପାଞ୍ଚ ବର୍ଷ ଭିତରେ ଶେଷ କରିବୁ । ଏହାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି । ସେ ଦିଗରେ ଦିଲ୍ଲୀ ଗସ୍ତ ସମୟରେ ଆଲୋଚନା ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *