ମହିଳା ମୋର୍ଚ୍ଚାଙ୍କୁ ଗୁରୁଦାୟୀତ୍ୱ

Spread the love

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଜନତା ମଇଦାନରେ ସଂଯୁକ୍ତ ମୋର୍ଚ୍ଚର ସମ୍ମିଳନୀରେ ଯୋଗ ଦେଇଛନ୍ତି ନଡ୍ଡା। ଏହି ଅଵସରରେ ନଡ୍ଡା ୭ ମୋର୍ଚ୍ଚାର ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିବେ। ବିଜେପିର ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜନଜାତି ମୋର୍ଚ୍ଚା, ଅନୁସୂଚିତ ଜାତି ମୋର୍ଚ୍ଚା, ଓବିସି ମୋର୍ଚ୍ଚା ଏବଂ ସଂଖ୍ୟାଲଘୁ ମୋର୍ଚାର ସାର ରାଜ୍ୟରୁ ଆସିଥିବା ଜିଲ୍ଲା କମିଟିର ସମସ୍ତ ସଦସ୍ୟଙ୍କୁ ନଡ୍ଡା ଆଜି ଦେବେ ଗୁରୁମନ୍ତ୍ର। ନଡ୍ଡାଙ୍କ ଫୋକସରେ ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, କୃଷକ ମୋର୍ଚ୍ଚା, ଅନୁସୂଚିତ ଜନଜାତି ମୋର୍ଚ୍ଚା। ବିଶେଷ କରି ଦଳୀୟ ସୁତ୍ରରୁ ଯାହା ଖବର ରହିଛି ମହିଳା ମୋର୍ଚ୍ଚାଙ୍କୁ ନଡ୍ଡା ଦେବେ ଗୁରୁ ଦାୟିତ୍ୱ । କାରଣ ୨୦୨୪ ନିର୍ବାଚନର ଟ୍ରମ୍ପ କାର୍ଡ ମହିଳା। ତେଣୁ ମହିଳା ଭୋଟକୁ ନିଜ ସପକ୍ଷରେ ନେବା ପାଇଁ ନଡ୍ଡା ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ। କେମିତି ମହିଳା ଭୋଟ ହାତେଇ ହେବ? ବିଜେଡିର ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ମହିଳାଙ୍କ ପାଇଁ କଣ କଣ କରିଛନ୍ତି। ତାକୁ ଲୋକଙ୍କ ପାଖରେ ପହଞ୍ଚାଇ ଭୋଟ ହାତେଇବାକୁ ଯୋଜନା କରିଛି ବିଜେପି।

Leave a Reply

Your email address will not be published. Required fields are marked *