ଆଜି ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ

Spread the love

ବରଗଡ: ପଦ୍ମପୁରରେ ଉପନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରଚାର। ମାଳ ମାଳ ନେତା ଡେରା ପକାଇ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ଏହାସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ। ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ପ୍ରଚାର ଜମୁଛି। ଏପଟେ କଂଗ୍ରେସର ଛାମୁଆ ନେତା ବି ପଦ୍ମପୁରରେ ଡେରା ପକାଇଲେଣି। ସମସ୍ତ ଦଳର ଷ୍ଟାର ପ୍ରଚାରକ ସହିତ ଦଳୀୟ କର୍ମୀମାନେ ମଧ୍ୟ ଭୋଟ ହାତେଇବାକୁ କସରତ କରୁଛନ୍ତି।

Leave a Reply

Your email address will not be published. Required fields are marked *