ବଡ଼ବଡ଼ିଆଙ୍କ ଜବରଦଖଲ କୋଠାରେ ବୁଲିବ ବୁଲଡୋଜର। ବୁଲଡୋଜର ଆକ୍ସନ ନେଇ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ। କେବଳ ଗରିବଙ୍କ କୁଡ଼ିଆ ଭାଙ୍ଗି ବାହାବା ନେଲେ ଚଳିବନି। ଗରିବଙ୍କୁ ଜବରଦଖଲକାରୀ କହି କେବଳ ନାଲି ଆଖି ଦେଖାଇଲେ ହେବନି। ଏଣିକି ବଡ଼ବଡିଆଙ୍କ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଜମି ଜବରଦଖଲକାରୀଙ୍କୁ ଆଉ ନିସ୍ତାର ନାହିଁ ବୋଲି କହିବା ପରେ ଏବେ ହୋସ୍ ଉଡ଼ିଗଲାଣି ବଡ଼ବଡ଼ିଆଙ୍କର।
ଜୁଲାଇ ୮। ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଅ। ଜିଲ୍ଲାପାଳମାନେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜବରଦଖଲ ଲାଗି ବିକାଶ ବାଧାପ୍ରାପ୍ତ ହେଉଛି। ସେଥିଲାଗି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଦଖଲ ହଟାଇବା ପରେ ଏହାକୁ ବାଡ଼ ବସାଅ। ଆଉ ସମସ୍ତଙ୍କ ଦୃଷ୍ଟିଗୋଚର ହେଲା ଭଳି ସାଇନବୋର୍ଡ ଲଗାଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସଚିବ ସତ୍ୟବ୍ରତ ସାହୁ ବି ସରକାରୀ ଜବରଦଖଲ ଜମିକୁ ନେଇ ସମୀକ୍ଷା କରିଥିଲେ। ସଚିବ ବି ଏ ସନ୍ଦର୍ଭରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ପ୍ରତି ୧୫ ଦିନରେ ଆକ୍ସନ ଟେକେନ ରିପୋର୍ଟ ସରକାରଙ୍କୁ ପଠାଇବାକୁ ନିର୍ଦେଶ ଦେଇଥିଲେ। ସେପଟେ ରାଜସ୍ୱ ମନ୍ତ୍ରୀଙ୍କ ନଜରରେ ଏବେ ବଡ଼ବଡ଼ିଆ ବେଆଇନ ଜବରଦଖଲକାରୀ।
ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଜବରଦଖଲ ହଟାଇବା ନେଇ ଯେତିକି ଖର୍ଚ୍ଚ ହେଉଛି, ତାହା ଘୋଡ଼ା ୬ ଟଙ୍କାକୁ ଦାନା ୯ଟଙ୍କା ଭଳି ସ୍ଥିତି ସଦୃଶ ହେଲାଣି। ଅନେକ କୋର୍ଟ କଚେରୀ ଯାଇ ବେଆଇନ ଦଖଲକୁ ଆଇନଗତ ଜଟିଳତାରେ ପକାଇଲେଣି। ବେଆଇନ ଜବରଦଖଲ ସରକାରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ପ୍ରତି ୧୫ ଦିନରେ ଆକ୍ସନ ଟେକେନ ରିପୋର୍ଟ ସରକାରଙ୍କୁ ପଠାଇବାକୁ ନିର୍ଦେଶ ଦେଇଛନ୍ତି ସଚିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now