ବିହାରରେ ପାର୍ଟୀ କର୍ଯ୍ୟକର୍ତାଙ୍କ ଉପରେ ଲାଠିଚାର୍ଜକୁ ବିଜେପି କଲା ନିନ୍ଦା , ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

Spread the love

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ବିହାରରେ ପାର୍ଟି କାର୍ଯ୍ୟକର୍ତାଙ୍କ ଉପରେ ଲାଠିଚାର୍ଜ ଘଟଣାକୁ ନିନ୍ଦା କରିଛି ।  ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶୁକ୍ରବାର ଦିନ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଲାଲୁ ଯାଦବ ଏବଂ ତେଜସ୍ୱୀ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଏହା ଇଂରେଜ ତଥା ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ଶାସନ । ଏହି ନିନ୍ଦନୀୟ ଘଟଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଇସ୍ତଫା ଦେବା ଉଚିତ୍ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଶିକ୍ଷକମାନଙ୍କ ଉପରେ ଲାଠି ଚାର୍ଜ, ଛାତ୍ରମାନଙ୍କ ଉପରେ ଲାଠି ଚାର୍ଜ, ମହିଳାମାନଙ୍କ ଉପରେ ଲାଠି ଚାର୍ଜ ଦର୍ଶାଏ ଯେ ବିହାରର ନୀତୀଶ କୁମାର ଏବଂ ତେଜସ୍ୱୀ ସରକାର ବ୍ରିଟିଶ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦମନ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଗତକାଲି ଏକ ଅତ୍ୟନ୍ତ ଦୁଖଦ ଘଟଣା ଘଟିଛି, ଏହାର ନିନ୍ଦା ଜିଏ ଜେତେ କଲେ ମଧ୍ୟ କମ୍‌ହେବ ।

Leave a Reply

Your email address will not be published. Required fields are marked *