ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି ଇଡି । ମଦ ଦୁର୍ନୀତି ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି । ଆଜି ସକାଳେ ଭୂପେଶ ବାଘେଲଙ୍କ ଭିଲାଇ ସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଚଢାଉ ବେଳେ ଇଡି ପୁଅକୁ ଗିରଫ କରିବା ପରେ ବିଜେପିକୁ ଦାୟୀ କରିଛନ୍ତି ଭୂପେଶ ।ଏହାସହ ଚଢାଉ ଏବେ ବି ଜାରି ରହିଛି । ମନି ଲଣ୍ଡରିଂ ସହ ଜଡିତ ଏକ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସବୁଠାରୁ ବଡ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଚୈତନ୍ୟଙ୍କ ଆଜି ହେଉଛି ଜନ୍ମଦିନ ।
ଶୁକ୍ରବାର ସକାଳ ପ୍ରାୟ ସାଢେ ୬ଟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଘରେ ଇଡିର ୩ଟି ଦଳ ପହଞ୍ଚିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now