ରାଜ୍ୟରେ ଡାକ୍ତର ଅଭାବକୁ ନେଇ ପ୍ରଶ୍ନକାଳ ସରଗରମ ଥିଲା। କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଲାଇନ୍ କଟିଗଲେ ଡିଜି ଅଭାବରୁ ଟର୍ଚ୍ଚ ଆଲୁଅର ରୋଗୀ ସେବା ହେଉଛି। ନିୟମିତ ଡ୍ୟୁଟି କରୁନାହାନ୍ତି ଡାକ୍ତର। ତ ପୁଣି କେଉଁଠି ଟିକେ ଟିକେ କଥାରେ ରେଫର କରି ନିଜ ଦାୟିତ୍ୱ ସାରିଦେଉଛନ୍ତି। ପିଏଚସି, ସିଏସସିରେ ଏଭଳି ଅବ୍ୟବସ୍ଥା ଲାଗିରହିଛି। ଏହାକୁ ନେଇ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଉଦବେଗ ସହ ସ୍ୱର ମିଳାଇଥିଲେ ବି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଖୁବ୍ ଶୀଘ୍ର ୩ହଜାର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି ଦେଇ ଏହି ଅଭାବକୁ ଦୂର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ଅନୁସାରେ ରାଜ୍ୟ ବହୁ ତଳେ ଥିବା କଥା ମାନିବା ସହ ଏହାକୁ ସୁଧାରିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now