ତେଲେଙ୍ଗାନା ରାଜ୍ୟସଭା ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେଲେ ଅଭିଷେକ ମନୁ ସିଂଘଭି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅଭିଷେକଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ଲଗାଇଛନ୍ତି। ତେଲେଙ୍ଗାନାରେ ରାଜ୍ୟସଭା ଆସନରୁ ବିଆରଏସ ସାଂସଦ କେ.କେଶବ ରାଓ ଇସ୍ତଫା ଦେଇ କଂଗ୍ରେସରେ ମିଶିବା ପରେ ଏହି ଆସନ ଖାଲି ପଡ଼ିଥିଲା। ସେପ୍ଟେମ୍ୱର ୩ରେ ଉପନିର୍ବାଚନ ହେବ। କେଶବ ରାଓଙ୍କ ଆହୁରି ଦୁଇ ବର୍ଷ କାର୍ଯ୍ୟକାଳ ଥିଲା। ରାଜ୍ୟ ବିଧାନସଭାରେ କଂଗ୍ରେସର ବହୁମତ ଥିବାରୁ ଏହି ଆସନରେ ଜିତିବାକୁ ଆଶାବାଦୀ ଦଳ। ରାଜ୍ୟସଭାରେ ଏହି ଆସନରେ ଜିତ୍ ପକ୍କା ଥିବାରୁ ଏହି ଆସନ ସହ ରାଜ୍ୟସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୨୭ରେ ପହଞ୍ଚିବ। ଅଭିଷେକ ଜଣେ ବରିଷ୍ଠ ଓ ଖ୍ୟାତିସମ୍ପନ୍ନ ଓକିଲ ଅଟନ୍ତି। ପୂର୍ବରୁ ବି ରାଜ୍ୟସଭା ସଦସ୍ୟ ଥିଲେ ଅଭିଷେକ। ହିମାଚଳପ୍ରଦେଶରୁ ରାଜ୍ୟସଭା ଯିବାକୁ ଲଢ଼ିଥିଲେ ଅଭିଷେକ। ଫେବୃଆରୀ ୨୭ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଲଟେରୀ ଜରିଆରେ ଜିତିଥିବା ବିଜେପିର ହର୍ଷ ମହାଜନଙ୍କ ବିରୁଦ୍ଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଉଭୟ ହର୍ଷ ଓ ଅଭିଷେକ ସମାନ ସଂଖ୍ୟକ ୩୪ ଭୋଟ୍ ପାଇଥିଲେ। ପରେ ଲଟେରୀରେ ହର୍ଷ ଜିତିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now