ହାରିଲେ ସୁନକ,କେର ଷ୍ଟାରମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

Spread the love

ବ୍ରିଟେନରେ ଏକପାଖିଆ ଓ ବଡ଼ ଜିତ ହାସଲ କଲା ଲେବର ପାର୍ଟି। ଶୋଚନୀୟ ହାର ଦେଖିଲା କଞ୍ଜରଭେଟିଭ ପାର୍ଟି। ଧରାଶାୟୀ ହୋଇଗଲା। ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ କ୍ଷମତା ପରିବର୍ତ୍ତନ କଲେ ବ୍ରିଟେନ୍‌ବାସୀ। ଲେବର ପାର୍ଟିକୁ ଐତିହାସିକ ବିଜୟର ସ୍ୱାଦ କେବଳ ଚଖାଇଲେନି। ଶାସକ କଞ୍ଜରଭେଟିଭ ପାର୍ଟି ପୁରା ମାଟି କାମୁଡ଼ିଦେଲା। ଗଣତି ଆରମ୍ଭରୁ ହିଁ ଫଳାଫଳ ଲେବର ପାର୍ଟିକୁ ଏକପାଖିଆ ଯାଉଥିବାର ଆଭାସ ମିଳିସାରିଥିଲା। ଶୁକ୍ରବାର ସକାଳ ସାଢ଼େ ୧୧ ସୁଦ୍ଧା ଚୂଡ଼ାନ୍ତ ଫଳ ଘୋଷଣା ଆଗରୁ ବଡ଼ ବିପର୍ଯ୍ୟୟର ଆଭାସ ପାଇ ପ୍ରଧାନମନ୍ତ୍ରୀ ଋଶି ସୁନକ ଆଇ ଆମ ସରି କହି ଦେଶବାସୀଙ୍କୁ ସମ୍ୱୋଧିତ କରିଥିଲେ। ମୋଟ୍ ୬୫୦ ଆସନରୁ ୧୧ଟା ସୁଦ୍ଧା ୩୯୦ରୁ ଅଧିକ ଆସନରେ ଜିତିସାରିଥିଲା ଲେବର ପାର୍ଟି। ମାତ୍ର ୯୯ ସିଟରେ ହାମୁଡ଼େଇପଡ଼ିଥିଲା କଞ୍ଜରଭେଟିଭ୍ ପାର୍ଟି। ଏହା ସହ ଲିବରୋଲ ଡେମୋକ୍ରାଟିକ ଦଳ ୬୦ ଆସନ, ସ୍କଟିଶ୍ ନାସନାଲ ପାର୍ଟି ୭, ଆଣ୍ଟି ଇମିଗ୍ରେସନ ରିଫର୍ମ ପାର୍ଟି ୪ଟି ଆସନ ଦଖଲ କରିଥିଲା। ଗ୍ରୀନ୍ ପାର୍ଟି କେବଳ ଗୋଟିଏ ଆସନରେ ଜିତିଥିଲା। ଯଦିଓ ଋଷି ସୁନକ ନର୍ଥ ଇଂଲଣ୍ଡର ସଂସଦୀୟ କ୍ଷେତ୍ରରେ ନିଜେ ଜିତିଛନ୍ତି। କିନ୍ତୁ ଦଳ ହାରିଗଲା। ଫଳାଫଳ ଘୋଷଣା ଭିତରେ ଏଭଳି ପରାଜୟ ପଛରେ ନିଜକୁ ଦାୟୀ କରିଥିଲେ ସୁନକ। ପ୍ରେସମିଟ୍ ବେଳେ ନିର୍ଦ୍ଦଳୀୟ ପ୍ରାର୍ଥୀ ନିକୋ ଓମିଲାନା ନିଜ ହାତରେ ଏଲ୍ ଲିଖିତ ଏକ ପର୍ଚ୍ଚା ଧରି ଛିଡା ହୋଇଥିଲେ। ଏହି ଏଲ୍ ସଙ୍କେତ ଦର୍ଶାଇଥିଲା ଯେ, ଏଥର ବ୍ରିଟେନରେ ଲେବର ପାର୍ଟି ସତ୍ତାରୁଢ଼ ହେବାକୁ ଯାଉଛି। ଲେବର ପାର୍ଟିର ନେତା ଷ୍ଚାର୍ମରଙ୍କୁ ବିଜୟର ଅଭିନନ୍ଦନ ଦେଇଥିଲେ ସୁନକ।

ଏଭଳି ପ୍ରଚଣ୍ଡ ବହୁମତ ପାଇବା ପରେ ଆମେ କରିକି ଦେଖାଇଦେଲୁ ବୋଲି ଦେଶବାସୀଙ୍କୁ ସମ୍ୱୋଧିତ କରି କହିଛନ୍ତି ଲେବର ପାର୍ଟିର ୬୧ ବର୍ଷୀୟ ନେତା କିର୍ ଷ୍ଟାର୍ମର। ଦେଶ ସେବା ଲାଗି ସମର୍ପିତ ଲେବର ପାର୍ଟି ଯେଉଁ ପରିବର୍ତ୍ତନର ଆହ୍ୱାନ ଦେଇଥିଲା, ଶେଷରେ ସାକାର ହୋଇଛି। କଞ୍ଜରଭେଟିଭ୍ ଅଧୀନରେ ଆଉ ଚଳିହେବନି ବୋଲି ଦେଶବାସୀଙ୍କ ଭିତରେ ଏହି ଭରସା ଶେଷରେ କାଟୁ କଲା।

ଷ୍ଟାର୍ମର ଜଣେ ପୂର୍ବତନ ମାନବାଧିକାର ଆଇନଜୀବି। ବ୍ରିଟେନର ଶାସକ କଞ୍ଜରଭେଟିଭ୍ ପାର୍ଟିର ଅନ୍ତକନ୍ଦଳ ଲାଗି ଦେଶ ଗଲା ୮ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିସାରିଲାଣି। ୨୦୨୨ ଅକ୍ଟୋବର ଦୀପାବଳି ଦିନ ଋଶି ସୁନକ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଦେଶର ୨୧୦ ବର୍ଷ ଇତିହାସରେ ସର୍ବକନିଷ୍ଠ ଓ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ୧୦ ଡାଉନିଂ ଷ୍ଟ୍ରିଟକୁ ପ୍ରବେଶ କରିଥିଲେ। ୨ ମାସ ତଳେ ସୁନକଙ୍କ କ୍ୟାବିନେଟରୁ ଜଣକ ପରେ ଜଣେ ମନ୍ତ୍ରୀ ଇସ୍ତଫା ଦେବା ପରେ ସେ ସଂସଦକୁ ଭଙ୍ଗ କରି ଆଗୁଆ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଥିଲେ। ୬୫୦ ଆସନ ବିଶିଷ୍ଟ ବ୍ରିଟେନ ପାର୍ଲାମେଣ୍ଟରେ ସରକାର ଗଠନ ଲାଗି ମ୍ୟାଜିକ୍ ନମ୍ୱର ୩୨୬। ହେଲେ ପ୍ରଚଣ୍ଡ ବହୁମତ ପାଇ ଲେବର ପାର୍ଟି ନେତା କିର୍ ଷ୍ଟାର୍ମର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *