୨୨ରୁ ଆରମ୍ଭ ହେଉଛି ଓଡ଼ିଶାର ବଜେଟ୍ ଅଧିବେଶନ। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ୨୫ରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୁଲାଇ ୨୩ରେ ଉପ-ବାଚସ୍ପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଆବଶ୍ୟକ ହେଲେ ନିର୍ବାଚନ ହେବ।
ସୋମବାରରୁ ବିଧାନସଭାର ବଜେଟ୍ ଅଧିବେଶନ। ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭା। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସହ ୨୪ରେ ଆବଶ୍ୟକ ପଡ଼ିଲେ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ୨୫ରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଜୁଲାଇ ୨୯ରୁ ବଜେଟ୍ ଉପରେ ଆଲୋଚନା ହେବ। ଅଗଷ୍ଟ ୨୧ରୁ ସେପ୍ଟେମ୍ୱର ୯ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ।
ଏଥର ବିଧାନସଭା ଅଧିବେଶନ ବେଶ୍ ସରଗରମ ହେବ ବୋଲି ଆଶା କରାଯାଉଛି। ସେପଟେ ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ଡିଜି। ଅଧିବେଶନକୁ ଆଖି ଆଗରେ ଦେଖି ଗାନ୍ଧୀମାର୍ଗରେ ଅନେକ ସଂଗଠନ ନିଜର ଦାବି ପୂରଣ ଲାଗି ବସିବେ। ତାକୁ କିଭଳି ବ୍ୟବସ୍ଥିତ ଓ ଶୃଙ୍ଖଳିତ କରାଯିବ, ତା ଉପରେ ବି ତର୍ଜମା ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now