୨୪ ବର୍ଷ ପରେ କଂଗ୍ରେସର କମାଣ ଅଣଗାନ୍ଧୀ ହାତରେ

Spread the love

ନୂଆଦିଲ୍ଲୀ: ସର୍ବଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାର ଗ୍ରହଣ କଲେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ। ବୁଧବାର ସେ କଂଗ୍ରେସ ଅଧ୍ୟକ୍ଷ ଭାବେ ବିଦ୍ଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ଖଗଡେ କହିଛନ୍ତି, ମୋତେ ଜଣାଅଛି ମୋ ସମ୍ମୁଖରେ ଠିଆହୋଇଛି କଠିନ ସମୟ। ତେବେ କଂଗ୍ରେସର ପରମ୍ପରା ଓ ସମ୍ବିଧାନକୁ ଅପରିବର୍ତ୍ତିତ ରଖି ଦଳକୁ ଆଗେଇ ନେବାକୁ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଥିଲେ।   ୨୪ ଘଣ୍ଟା ପରେ ଜଣେ ଅଣଗାନ୍ଧୀଙ୍କ ହାତକୁ ଯାଇଛି କଂଗ୍ରେସର ଅଧ୍ୟକ୍ଷ ପଦ।

ବୁଧବାର ଏଆଇସିସି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଛନ୍ତି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ। ଦାୟିତ୍ବ ଗ୍ରହଣ ପରେ ସୋନିଆଗାନ୍ଧୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଦଳର ସମସ୍ତ ନେତା ଖଗଡେଙ୍କୁ ଜଣାଇଛନ୍ତି ଅଭିନନ୍ଦନ। ସେପଟେ ଦାୟିତ୍ବ ନେବା ପରେ ଖଗଡେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସକାଳୁ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପୂର୍ବରୁ ଖଗଡେ ପ୍ରଥମେ ରାଜଘାଟ ଯାଇ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।  ଏହା ପରେ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Leave a Reply

Your email address will not be published. Required fields are marked *