ଆରଜେଡିର ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

Spread the love

ପାଟନା: ବିହାରରେ ରାଜନୈତିକ ପରିବର୍ତ୍ତନ ପରେ ନୀତିଶ କୁମାରଙ୍କ ନେତୃତ୍ବାଧୀନ ସରକାର ଦୁଇ ମାସ ବି ଠିକ ରୂପେ ଚାଲିବାକୁ ଅକ୍ଷମ। ଦୁଇ ମାସ ମଧ୍ୟରେ ଦୁଇ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି। ଆଗରୁ କାର୍ତ୍ତିକେୟ ସିଂହ ଇସ୍ତଫା ଦେଇଥିବା ବେଳେ ରବିବାର ସୁଧାକର ସିଂହ ମନ୍ତ୍ରୀପଦ ଛାଡିଛନ୍ତି। ଉଭୟ ନେତା ଆରଜେଡି କୋଟାରୁ ମନ୍ତ୍ରୀ ହୋଇଥିଲେ ଓ ସବର୍ଣ୍ଣ ଥିଲେ। ଏହା ପରେ ତେଜସ୍ବୀଙ୍କ ରାଜନୀତିକ ସମୀକରଣ ବିଗିଡିବା ପରି ମନେ ହେଉଛି।

ରବିବାର କୃଷି ମନ୍ତ୍ରୀ ସୁଧାକର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ସୁଧାକରଙ୍କ ବାପା ରାଜ୍ୟ ଆରଜେଡି ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ଏହାର ପୁଷ୍ଟି କରିଛନ୍ତି। ସୁଧାକର ରାଜ୍ୟରେ ମହାଗଠବନ୍ଧନ ସରକାରରର ଭଷ୍ଟାଚାର ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ସେ ନିଜ ବିଭାଗର ଅଧିକାରୀମାନଙ୍କୁ ଚୋର କହିବା ସହ ନିଜକୁ ଚୋରଙ୍କ ସର୍ଦ୍ଦାର ଆଖ୍ୟା ଦେଇଥିଲେ।

ସୁଧାକରଙ୍କ ଏପରି ବୟାନକୁ ନେଇ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଜୋରଦାର ବଚସା ହୋଇଥିଲା ଓ ସେ ବୈଠକରୁ ଚାଲିଯାଇଥିଲେ।

ସୁଧାକରଙ୍କ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କାର୍ତ୍ତିକେୟ ସିଂହ।  ସେ ମଧ୍ୟ ଆରଜେଡି ନେତା ଥିଲେ। ତାଙ୍କ ବିରୋଧରେ କିନ୍ତୁ ଏକ ପୁରୁଣା ଅପହରଣ ମାମଲାକୁ ଓେ ୱାରେଣ୍ଟ ଜାରି ହୋଇଥିଲା। ଏହା ପରେ ସେ ବିବାଦରେ ଥିଲେ। ଏହାକୁ ନେଇ ବିରୋଧୀ ଲଗାତର ନୀତିଶଙ୍କୁ ଟାର୍ଗେଟ କରି ଆସୁଛି।

Leave a Reply

Your email address will not be published. Required fields are marked *