ରାଜ୍ୟରୁ ହଟିଲା ୫-ଟି

Spread the love

ନୂଆ ସରକାର ଆସିବା ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ବୋର୍ଡ ହଟାଇବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମୋ ସରକାର ବୋର୍ଡ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ୍ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ନବୀନଙ୍କ ପଞ୍ଚମ ପାଳି ସରକାରରେ ଏହି ୫ଟି ବ୍ୟବସ୍ଥା ଆରମ୍ଭ ହେଇଥିଲା। ପୂର୍ବର ରାଜ୍ୟ ସରକାର ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ତୀବ୍ରତା ଆଣିବାକୁ ୫ଟି ବ୍ୟବସ୍ଥା ଆପଣାଇଥିଲେ । ହେଲେ ବର୍ତ୍ତମାନ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ, ବିଜେପି ସରକାର ଏହି ୫ଟି ବ୍ୟବସ୍ଥାକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *