ହିନ୍ଦୁ ଦେବାଦେବୀଙ୍କୁ ନ ମାନିବା ପଡିଲା ମହଙ୍ଗା

ନୂଆଦିଲ୍ଲୀ: ମୁଁ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ମାନେ ନାହିଁ। ମୁଁ କୃଷ୍ଣ- ରାମଙ୍କୁ ପୂଜା କରିବି ନାହିଁ। ମୁଁ କୌଣସି ହିନ୍ଦୁ ଦେବାଦେବୀଙ୍କୁ ମାନିବି ନାହିଁ। ଏହି ପରି ବୟାନ ଦେଇ ହିନ୍ଦୁ ଦେବା ଦେବୀଙ୍କୁ ବହିଷ୍କାର କରିବା କେଜରିୱାଲ ସରକାରର ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କୁ ଭାରି ପଡିଛି। ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି।

ରାଜେନ୍ଦ୍ର ପାଲ କେଜରିୱାଲ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ଥିଲେ। ନିକଟରେ ସେ ଏକ ଧର୍ମାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଥିଲେ କି, ହିନ୍ଦୁ ଦେବାଦେବୀମାନଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ। ଏହାକୁ ନେଇ ଆପ ସରକାରକୁ ଘେରିଥିଲା ବିଜେପି ଓ ଆପ ମନ୍ତ୍ରୀଙ୍କୁ ସ୍ପଷ୍ଟିକରଣ ମାଗିଥିଲା।

ନିଜ ଇସ୍ତାଫା ସମ୍ପର୍କରେ ରାଜେନ୍ଦ୍ର ପାଲ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଆଜି ମହର୍ଷି ବାଲ୍ମୀକି ଦିବସ ଓ ଅନ୍ୟପଟେ ମାନ୍ୟବର କାଂଶୀରାମ ସାହେବଙ୍କ ପୁଣ୍ୟତିତି। ଏପରି ସଂଯୋଗରେ ଆଜି ମୁଁ ଅନେକ ବନ୍ଧନରୁ ମୁକ୍ତ ହୋଇଛି ଓ ମୋର ନୂଆ ଜନ୍ମ ହୋଇଛି। ଏଣିକି ଅଧିକ ମଝଭୁତି ସହ ମୁଁ ସମାଜ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢି ପାରିବି।

ମନ୍ତ୍ରୀଙ୍କର ଦେବାଦେବୀଙ୍କ  ଉପରେ ବିବାଦୀୟ ବୟାନକୁ ନେଇ ବିବାଦରେ ରହି ଆସୁଥିଲେ। ଜଗଦଗୁରୁ ପରମାହଂସାଚାର୍ଯ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ସାରା ଦେଶରେ ରାମଭକ୍ତମାନଙ୍କୁ ଆମ ଆଦମୀ ପାର୍ଟିକୁ ବହିସ୍କାର କରିବାକୁ ଅପିଲ କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *