ଆଜମଙ୍କ ପୁଅ ଅବ୍ଦୁଲ୍ଲାଙ୍କ ବିଧାୟକ ପଦ ରଦ୍ଦ

Spread the love

ଲକ୍ଷ୍ନୌ: ସପା ନେତା ଆଜମ ଖାଁଙ୍କ ପରେ ଏବେ ତାଙ୍କ ପୁଅ ଅବ୍ଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇ ଯାଇଛି। ଉତ୍ତର ପ୍ରଦେଶ ବିଧାନସଭା ସଚିବାଳୟରେ ଅବ୍ଦୁଲ୍ଲା ଆଜମଙ୍କ ଆସନକୁ ଖାଲି ଘୋଷଣା କରାଯାଇଛି। ପନ୍ଦର ବର୍ଷ ପୁରୁଣା ଛଜଲୈଟ ପ୍ରକରଣରେ ଆଜମ ଖାଁ ଓ ତାଙ୍କ ପୁଅ ଅବ୍ଦୁଲ୍ଲାଙ୍କୁ ଦୁଇ ବର୍ଷର କାରାଦଣ୍ଡ ସହ ତିନି ହଜାର ଲେଖା ଜରିମାନା ଲଗାଇଛନ୍ତି। ମାମଲାରେ ସମ୍ପୃକ୍ତ ଅନ୍ୟ ୭ ଜଣଙ୍କ ସାକ୍ଷ୍ୟ ଅଭାବରୁ ଦୋଷମୁକ୍ତ କରାଯାଇଛି। କୋର୍ଟଙ୍କ ଏହି ରାୟ ପରେ ରାଜ୍ୟ ସଚିବାଳୟ ଅବ୍ଦୁଲ୍ଲାଙ୍କ ସିଟ ଖାଲି କରିଛି। ପୂର୍ବରୁ ରାମପୁର କୋର୍ଟଙ୍କ ପକ୍ଷରୁ ଜାରି ରାୟ ପରେ ଆଜମଙ୍କ ବିଧାୟକ ପଦ ଯାଇଥିଲା।

ସୂଚନା ଯୋଗ୍ୟ, ୨୦୧୮ ଜାନୁଆରୀ ୨ରେ ରାମପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁ ନିଜ ପରିବାର ସହ ମୁଜଫ୍ପରନଗରରେ ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଛଜଲୈଟ ଥାନା ନିକଟରେ ଯାନବାହନ ଚେକିଂ ଚାଲିଥିବାରୁ ତାଙ୍କ ଗାଡି ଅଟକା ଯାଇଥିଲା। ଏହାକୁ ବିରୋଧ କରି ଉଭୟ ଆଜମ ଓ ଅବ୍ଦୁଲ୍ଲା ରାସ୍ତା ଉପରେ ଧାରଣାରେ ବସିଥିଲେ।

ଧାରଣା ସମ୍ପର୍କରେ ସୂଚନା ପାଇଁ ନିକଟବର୍ତ୍ତୀ ସମର୍ଥକମାନେ ଆଜମଙ୍କ ସହ ଧାରଣାରେ ବସିଥିଲେ। ଫଳରେ ଅନେକ ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ପ୍ରଶାସନ ପକ୍ଷରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ରାସ୍ତା ଜାମ କରିବାର ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *