୩ ଗେହଲଟ ସମର୍ଥକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

Spread the love

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖା ଦେଇଥିବା ବିବାଦ ମଧ୍ୟରେ ଦଳର ପର୍ଯ୍ୟବେକ୍ଷକ ଅଜୟ ମାକେନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ କ୍ଲିନ ଚିଟ ଦେଇଥିବା ବେଳେ ତାଙ୍କ ସମର୍ଥକ ୩ ଜଣଙ୍କ ମୁଣ୍ଡ ଦୋଷ ଲଦି ଦେଇଛନ୍ତି। ମାକେନ ସୋନିଆଙ୍କୁ ଦେଇଥିବା ନିଜ ରିପୋର୍ଟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଗେହଲଟ ନାମାଙ୍କନ ଭରିବା ପୂର୍ବରୁ ତାଙ୍କ କଂଗ୍ରେସର ଉଦୟପୁର ଶିବିରରେ ନିଆଯାଇଥିବା ନିଷ୍ପତ୍ତି କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ। କିନ୍ତୁ ଗେହଲଟଙ୍କ ସମର୍ଥକମାନେ ପାଇଲଟଙ୍କୁ ବିରୋଧ କରିଆସୁଛନ୍ତି। ଏମିତି କି,  ୯୦ ଗେହଲଟ ସମର୍ଥକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ, ପର୍ଯ୍ୟବେକ୍ଷକଙ୍କ ସହ କୌଣସି ଆଲୋଚନା ପାଇଁ ମଧ୍ୟ ଅମଙ୍ଗହୋଇଛନ୍ତି। ଯାହାକୁ ନେଇ ଖପ୍ପା ହାଇକମାଣ୍ଡ ଓ ପର୍ଯ୍ୟବେକ୍ଷକ।

ରାଜସ୍ଥାନରେ ଗେହଲଟ ଗୋଷ୍ଠୀଙ୍କ ଅସହଯୋଗରେ ଅତିଷ୍ଠ ହୋଇ ମାକେନ ତାଙ୍କ ରିପୋର୍ଟରେ ଶାନ୍ତି ଧାରିୱାଲ, ମହେଶ ଯୋଶୀ ଓ ଧର୍ମେନ୍ଦ୍ର ରାଠୋରଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି। ହେଲେ ଏହି ରିପୋର୍ଟରେ ସେ ଗେହଲଟଙ୍କୁ ଦେଇଛନ୍ତି କ୍ଲିନଚିଟ

ସେପଟେ, ମଙ୍ଗଳବାର ଦିନ ପାଇଲଟ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ସେ ରାଜସ୍ଥାନ ପ୍ରସଙ୍ଗରେ ହାଇକମାଣ୍ଡଙ୍କୁ ଭେଟି ଆଲୋଚନା କରିବାର ଅନୁମାନ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ସୋନିଆଙ୍କୁ ମନାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *