ପୂର୍ତ୍ତ ବିଭାଗ କାମରେ ଲାଗିବ AI

ପୂର୍ତ୍ତ ବିଭାଗ କାମରେ ବ୍ୟବହାର ହେବ AI । AI based software ବ୍ୟବହାର କରିବେ ସରକାର ।ଟେଣ୍ଡର ମ୍ୟାନେଜମେଣ୍ଟ ପ୍ରକ୍ରିୟାକୁ ସଂପୂର୍ଣ୍ଣ ରୂପେ AI based ଏବଂ ଅନଲାଇନ୍ କରିବ ପୂର୍ତ୍ତ ବିଭାଗ । ଦୁଇରୁ ଅଢେଇ ମାସ ଲାଗୁଥିବା ବିଡ୍ ଇଭାଲୁଏସନ ପ୍ରକ୍ରିୟା ୧ ସପ୍ତାହ ଭିତରେ ହୋଇପାରିବ । ଯାହାଦ୍ବାରା ଯଥାଶୀଘ୍ର ଆରମ୍ଭ ହୋଇପାରିବ ପ୍ରକଳ୍ପ କାମ । ଆଉ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ । ଲୋକଙ୍କ ପାଖରେ କମ୍ ସମୟ ଭିତରେ ସେବା ପହଞ୍ଚିପାରିବ । ଏଥିପାଇଁ ଅନଲାଇନ ଆପ୍ଲିକେସନ କରିବା ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଛି । ଏ ନେଇ ଗତକାଲି ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, technical bid ଏବଂ financial bid ର ତୁଳନା କରିବା, responsive bid ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡର ର evaluation ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ AI based software ରେ ମନିଟର କରିବା ପାଇଁ ଖୁବଶୀଘ୍ର ନିଷ୍ପତି ନେବାକୁ ଯାଉଛନ୍ତି ସରକାର । ଏହି ସବୁ ପ୍ରକ୍ରିୟା ପାଇଁ ଏ ପର୍ଯ୍ୟନ୍ତ ମାନୁଆଲି ହେଉଥିଲା । ଯାହା ଫଳରେ ପ୍ରକଳ୍ପର dpr ପ୍ରସ୍ତୁତ ହେବା ଠାରୁ ପ୍ରକଳ୍ପ କାମ ଆରମ୍ଭ ହେବା ପର୍ଯ୍ୟନ୍ତ 4-5 ମାସ ଲାଗିଯାଉଛି ।

ଓଡ଼ିଶାରେ କାମ କରିବାକୁ CONTRACTOR DATA BASE ରେ ପଞ୍ଜୀକରଣ କରିବେ ବାହାର ଏଜେନ୍ସି । ପଞ୍ଜୀକରଣ ନକଲେ ଓଡ଼ିଶାରେ କୌଣସି ପ୍ରକଳ୍ପ କାମ କରି ପାରିବେନି ବାହାର CONTRACTOR । ଖୁବଶୀଘ୍ର ଏ ନେଇ ନିଷ୍ପତି ନେବେ ସରକାର ।

ପୂର୍ତ୍ତ ବିଭାଗ କାମରେ E – Procurement ପ୍ରକ୍ରିୟାକୁ ଅନଲାଇନ୍ କରିବା ସହ ସ୍ୱଚ୍ଛତା ଆଣିବେ ସରକାର । ଏଥିପାଇଁ ପ୍ରକ୍ରିୟା ଚାଲିଛି ।ଏହାସହ କେଉଁ ପ୍ରକଳ୍ପର କେତେ କାମ ହୋଇଛି, ସେ ବାବଦରେ ଜାଣିବା ପାଇଁ ପ୍ରୋଜେକ୍ଟ ମନିଟରିଂ dashboard କାମ ମଧ୍ୟ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *