ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଅଜୟ ମିଶ୍ରା

Spread the love

ନୂଆଦିଲ୍ଲୀ: ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନି। ପୂର୍ବରୁ ସେ ଟିକାୟତଙ୍କ ଉପରେ ବିବାଦିତ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ, ଏବେ ମିଡିଆକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ।  ମନ୍ତ୍ରୀ କହିଛନ୍ତି, କିଛି ପତ୍ରକାର ମୁର୍ଖ ଅଟନ୍ତି। କୌଣସି ଚତର୍ଥ ସ୍ତମ୍ଭ ନାହିଁ। କେବଳ ତିନୋଟି ସ୍ତମ୍ଭ ଅଛି। ସେମାନଙ୍କ ପ୍ରଚାର ପ୍ରସାରକୁ ଦେଖି ସେମାନଙ୍କୁ ଚତୁର୍ଥ ସ୍ତମ୍ଭ କୁହାଯାଇଛି। ସେ ଆହୁରି କହିଛନ୍ତି, ମିଡିଆରେ ଏମିତି କିଛି ଲୋକ ପସି ଯାଇଛନ୍ତି, ଯେଉଁମାନଙ୍କୁ ଠିକ କରିବାକୁ ହେବ।

ଅଜୟ ମିଶ୍ରା ନିଜ କୁକୁର ବୟାନର ସଫେଇ ଦେବାକୁ ଯାଇ କହିଛନ୍ତି କି, ନାହିଁ ମୁଁ ପତ୍ରକାରଙ୍କୁ କୁକୁର କହିଛି, ନାହିଁ କହିଛି କୃଷକଙ୍କୁ। ଗାଉଁଲି ଭାଷାରେ ଖାଲି କହିଦେଲି, ଆମେ ଆମ ରାସ୍ତାରେ ଯାଉଛୁ।

ଉଲ୍ଲେଖ ଯୋଗ୍ୟ, ଟିନା ସୋମବାର ଦିନ କହିଥିଲେ କି, ରାକେଶ ଟିକାୟତଙ୍କୁ ଭଲଭାବେ ଜାଣିଛି, ସେ ଦୁଇ କୌଡିର ମଣିଷ। ବହୁତ ଥର ଏମିତି ହୋଇଛି, କୁକୁର ରାସ୍ତାରେ ଭୋକିବାର, ଗାଡି ପଛରେ ଦୌଡିବାର। ଏହା ତାର ସ୍ବଭାବ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି କି, ଆମ କାର୍ଯ୍ୟକର୍ତ୍ତା କହିଛନ୍ତି କି, ଧାରଣା ସମୟରେ ଟିକାୟତ ମତେ ଓ ଲକ୍ଷ୍ମୀପୁରକୁ ନେଇ ଅପଶବ୍ଦ କହିଥିଲେ। ଏଥିସହ ମିଶ୍ରା ଲୋକଙ୍କୁ ଉପଦେଶ ଦେବାକୁ ଯାଇ କହିଥିଲେ କି, ମୋଠାରୁ ଦୂରତା ରକ୍ଷାକରନ୍ତୁ।

Leave a Reply

Your email address will not be published. Required fields are marked *