ମୁଁ କଣ ଗୋତି ଶ୍ରମିକ: ମମତା

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ତ୍ତବ୍ୟପଥର ଉଦ୍‌ଘାଟନ କରିବା ସହ ଇଣ୍ଡିଆ ଗୋଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି। କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଦିଦିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏହି ନିମନ୍ତ୍ରଣରେ ଫିଡିକି ଯାଇଛନ୍ତି ଦିଦି। ଗର୍ଜିଛନ୍ତି ବିଜେପି ଉପରେ।

ପଶ୍ଚିମ ବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ମମତା କହିଛନ୍ତି କି, ମୁଁ କଣ ଗୋତି ଶ୍ରମିକ ଭାବୁଛନ୍ତି। ସେ କହିଛନ୍ତି, ମତେ ଖରାପ ଲାଗୁଛି କି, ଏବେ ଦିଲ୍ଲୀରେ ନେତାଜୀଙ୍କ ମୂର୍ତ୍ତି ତିଆରି କରୁଛନ୍ତି। ପୂର୍ବରୁ ଥିବା ମୂର୍ତ୍ତିର କଣ?

ତେବେ ଦିଦିଙ୍କ ରାଗିବାର କାରଣ ହେଉଛି ଦିଦିଙ୍କୁ ମୋଦି ନିମନ୍ତ୍ରଣ କରିନାହାନ୍ତି। ଜଣେ ସଚିବ ତାଙ୍କୁ ପତ୍ର ଲେଖି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସେଠାରେ ଉପସ୍ଥିତ ହେବାକୁ ଅନୁରୋଧ କରିଛନ୍ତି। ଏସମ୍ପର୍କ ଦିଦି କହିଛନ୍ତି, ମୋତେ ଜଣେ ସଚିବଙ୍କ ପତ୍ର ମିଳିଛି, ଯେଉଁଥିରେ ଉଲ୍ଲେଖ ରହିଛି କି, ପିଏମ ଆଜି ପ୍ରତିମା ଉଦ୍ଘାଟନ କରିବେ ଓ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଆପଣ ସେଠାରେ ରହିବେ। କଣ ମୁଁ ତାଙ୍କ ଗୋତି ଶ୍ରମିକ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *