ଶୂନ୍ୟକାଳରେ ଉଠିଲା ମାହାଙ୍ଗା ପ୍ରସଙ୍ଗ । ବିଜେଡି ବିଧାୟକ ଅରୁଣସାହୁ କିଲେ , ବିଜେଡିର କିଛି ବିଧାୟକ ମାହାଙ୍ଗା ଯାଇଥିଲେ । କାରଣ ସରକାର ବଜେଟ ଖର୍ଚ୍ଚ କରିବାରେ ଅସମର୍ଥ । ହିମାଳୟ ଭଳି ବଜେଟ୍ ରଖୁଛନ୍ତି । କିନ୍ତୁ ଖର୍ଚ୍ଚ କରି ପାରୁନାହାନ୍ତି ସରକାର । ମାହାଙ୍ଗାରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଧାରଣାରେ ବସିଥିଲେ । ଖର୍ଚ୍ଚ ହୋଇପାରୁନି । ବିଧାୟକ କହିଲେ ଯଦି ଦୁର୍ନିତି ହୋଇଛି ତାଙ୍କ ଗୋଡ ଉପରକୁ କରିକି ବାଡାଅ । ନିର୍ବାଚନ ପ୍ରତିନିଧିମାନେ ଆନ୍ଦୋଳନ କରୁଥିଲେ ,ତାଙ୍କୁ ଗୁଣ୍ଡା ଲଗା ବାଡେଇଲେ । ପୋଲିସଙ୍କୁ ମଧ୍ୟ ବାଡେଇଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡି ଗଲାଣି ।ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଗୁଣ୍ଡାମାନଙ୍କ ଦ୍ବାରା ମାଡ଼ ମରାଯାଇଛି । ସବୁ ପଞ୍ଚାୟତରେ କାମ ବନ୍ଦ । ଯଦି କାମବନ୍ଦ ଅଛି ତେବେ ଖର୍ଚ୍ଚ କେତେବେଳେ କରିବେ । ବାଚସ୍ପତି ନିର୍ଦ୍ଦେଶ ଦାବି କଲେ ଅରୁଣ ସାହୁ । ମାର୍ଚ୍ଚ ୩୧ ସୁଦ୍ଧା ଗତ ବଜେଟ୍ ଖର୍ଚ୍ଚ କରୁନ୍ତୁ ସରକାର ।
ସେପଟେ ଅରୁଣ ସାହୁଙ୍କ ଅଭିଯୋଗ ପରେ କଡା ଜବାବ ରଖିଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । କୌଣସି ଠିକାଦାରଙ୍କ ବିଲ୍ ଅଟକ ରଖାଯାଇନାହିଁ । ଯେଉଁମାନେ ମାହାଙ୍ଗା ଯାଇଥିଲେ ୪ଜଣ ବିଜେଡି ନେତା । ପରୀ ହତ୍ୟାକାରୀ ପିଏସଓ ହତ୍ୟାକାରୀ , ମାହାଙ୍ଗା ଡବଲ ମର୍ଡର ରେ ସମ୍ପୃକ୍ତ ନେତା ମାହାଙ୍ଗା ଯାଇ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ସେମାନେ ଆଇନ କଥା କହିବେ । ୪ ଜଣ ୪୦ ଗଲେ ବି ବିନା କାମ ରେ ବିଲ୍ ପାସ୍ ହେବନି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now