ଆଜି ବି ଆରମ୍ଭରୁ ଅଚଳାବସ୍ଥା-ବିଧାନସଭାରେ ଆଇନଶୃଙ୍ଖଳା ଝଡ଼

ଆଜି ବି ଆରମ୍ଭରୁ ଅଚଳାବସ୍ଥା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ହଟ୍ଟଗୋଳ କରିଥିଲା ବେଳେ ହୋଲିରେ ବିଭିନ୍ନ ଜାଗାରେ ଘଟିଥିବା ହିଂସାକୁ କେନ୍ଦ୍ର କରି ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ କହି ବିଜେଡି ହଙ୍ଗାମା କରିଥିଲା। ବାଚସ୍ପତି ଯେତେ ବୁଝାଇଲେ ବି ବୁଝିନଥିଲେ ବିରୋଧୀ। ଏହାକୁ ନେଇ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି। ଏହା ପରେ କଂଗ୍ରେସ ଗାନ୍ଧୀମୂର୍ତ୍ତି ତଳକୁ ଯାଇ ଧାରଣା ଦେଇଥିଲା। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଯେପର୍ଯ୍ୟନ୍ତ ଗୃହ କମିଟି ଗଠନ ହୋଇନି, ନ୍ୟାୟ ଦେବାକୁ ମୋହନ ସରକାର ନୀତିଗତ ନିୟମ ଆଣିବେନି,ସେ ଯାଏ ନିଜ ଜିଦରେ ଅଡ଼ି ରହିବ ବୋଲି ସଫା ସଫା ଶୁଣାଇଦେଇଛି କଂଗ୍ରେସ। ଗୃହରେ ଶାସକ ଦଳର ଆଚରଣ ଠିକ୍ ରହୁନି। କିନ୍ତୁ ବାହିନୀପତିଙ୍କୁ ନିଲମ୍ୱନ କରିଦିଆଗଲା। ଜୟନାରାୟଣଙ୍କୁ ଡରିକି ବିଜେପି ଚୁପ୍ ଅଛି। ଦଳ ଡରିନଥିଲେ ଜୟନାରାୟଣଙ୍କ ପ୍ରତି କାର୍ଯାନୁଷ୍ଠାନ ନେଇସାରନ୍ତାଣି ଦଳ। ହୋଲିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଲା। ମଦ ବିକ୍ରି, ହତ୍ୟା, ରାହାଜାନୀ ଚାଲୁଛି। ସରକାରଙ୍କୁ ସଚେତନ କରିବାକୁ କଂଗ୍ରେସ ଚେଷ୍ଟା ଜାରି ରଖୁଥିଲା  ବେଳେ ସରକାର ଯତ୍ନବାନ୍ ହେଉନାହାନ୍ତି।

ବିଜେଡି କହିଛି, ହୋଲି ଦିନରେ ରକ୍ତର ହୋଲି ଖେଳାଗଲା। ମୁଣ୍ଡ ଗଡ଼ିଲା। ଭୁବନେଶ୍ୱର, କଟକ, ସମ୍ୱଲପୁର, ଅନୁଗୁଳ, ମୟୁରଭଞ୍ଜରୁ ନେଇ ବ୍ରହ୍ମପୁର ଯାଏ ଆସାମୀ ଉତ୍ପାତ କଲେ। ପୁଲିସ କହିଥିଲା, ପ୍ରସ୍ତୁତ ଅଛୁ। କିନ୍ତୁ ଏ ପ୍ରସ୍ତୁତି କେମିତି ଥିଲା, ଆଉ ବୁଝିବାକୁ ବାକି ନାହିଁ। ସରକାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଶାସକ ଦଳ କହିଛି, ଅପ୍ରସଙ୍ଗକୁ ପ୍ରସଙ୍ଗ କରି ପ୍ରଶ୍ନକାଳ ବନ୍ଦ କରିବା ବିରୋଧୀଙ୍କ ଅଭ୍ୟାସ ହୋଇଗଲାଣି। ବିଧାନସଭା ଚଳାଇଦେବାକୁ ଚାହୁଁନାହାନ୍ତି ବିରୋଧୀ। ବନ୍ଦ କଅଣ ସବୁ ସମସ୍ୟାର ସମାଧାନ କି। ଆଲୋଚନା ଜରିଆରେ ସମାଧାନ ନ କରି ନିଜର ଅସ୍ତିତ୍ୱ ରକ୍ଷା କରିବାକୁ ଅରାଜକତା ଓ ବିଶୃଙ୍ଖଳା ସୃଷ୍ଟି କରିବାକୁ ବାହାନା କରୁଛନ୍ତି। ବିରୋଧୀଙ୍କ ଦୋମୁହାଁ ନୀତି ଧରାପଡ଼ିଛି।

ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ କୌଣସି ଗୋଟିଏ ଦିନ ବି ସୁରୁଖୁରୁରେ ଚାଲିପାରିନି ଗୃହ। ଯାହାକି ବିଡ଼ମ୍ୱନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *