ଖେଡାଙ୍କୁ ଗିରଫ କରିବ ଆସାମ ପୁଲିସ

Spread the love

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେଡା ଅଡୁଆରେ। ତାଙ୍କୁ ଧରିବାକୁ ଆସାମ ପୁଲିସ ଦିଲ୍ଲୀରେ। ଖେଡାଙ୍କ ନାମରେ ଆସାମ ହସାଓ ଜିଲ୍ଲାର ହାଫଲୋଙ୍ଗ ଥାନାରେ ଏକ ମାମଲା ଦାୟର ହୋଇଛି। ଏସମ୍ପର୍କରେ ଆସାମ ପୁଲିସ ଆଇଜି ପ୍ରଶାନ୍ତ କୁମାର ଭୁୟନ ସୂଚନା ଦେଇଛନ୍ତି। ଆଇଜି କହିଛନ୍ତି କି, ଆମେ ଦିଲ୍ଲୀ ପୁଲିସକୁ ଖେଡାଙ୍କୁ ଗିରଫ କରିବାକୁ ଅନୁରୋଧ କରିଛୁ। ଦିଲ୍ଲୀ କୋର୍ଟରୁ ଅନୁମତି ମିଳିବା ପରେ ଖେଡାଙ୍କୁ ଆସାମ ଅଣାଯିବ ବୋଲି ଆଇଜି କହିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ ପୁଲିସ ଖେଡାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ପୁଲିସ ହାଜତକୁ ନେଇଛି।

କେଉଁ ମାମଲା ରହିଛି ଖେଡାଙ୍କ ବିରୋଧରେ ତାହା ଜଣାପଡିନାହିଁ। ଖେଡା ଗୁରୁବାର କଂଗ୍ରେସ ଅଧିବେଶନରେ ସାମିଲ ହେବାକୁ ଅନ୍ୟ ନେତାମାନଙ୍କ ସହ ରାୟପୁର ଯିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ନିଜ ହାଜତକୁ ନେଇଛି। ଏହାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ଓ ଖେଡାଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧକରି କଂଗ୍ରେସ ନେତା ଦିଲ୍ଲୀ ଏୟାରପୋର୍ଟରେ ଧାରଣାରେ ବସିଥିଲେ। ପୁଲିସ ଓ କଂଗ୍ରେସ ନେତାଙ୍କ ମଧ୍ୟରେ ହୋଇଥିଲା ବଚସା।

ତେବେ କୁହାଯାଉଛି କି, କିଛି ଦିନ ତଳେ ଖେଡା ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ପବନ ଖେଡା ଏକ ପ୍ରେସ କନଫେରେନ୍ସରେ ଆଦାନୀ ମାମଲାରେ କାହିଁ ଆପଣ ଦୌଡୁଛନ୍ତି? କାହିଁ ଜେପିସି ତଦନ୍ତକୁ ଡରୁଛନ୍ତି? ଅଟଳବିହାରୀ ଜେପିସି ବସାଇପାରନ୍ତି ତ ନରେନ୍ଦ୍ର ଗୌତମ ଦାସ, ସରି ଦାମୋଦର ଦାସ ମୋଦି କାହିଁ ସମସ୍ୟାରେ ବୋଲି କହିଥିଲେ ଖେଡା। ଏହା ଉପରେ ସେଠାରେ ଉପସ୍ଥିତ ଲୋକେ ପଚାରିଥିଲେ ଗୌତମ ଦାସ ନା ଦାମୋଦର ଦାସ? ଖେଡା କହିଥିଲେ ନାମ ତ ଦାମୋଦର ଦାସ, କିନ୍ତୁ କାମ ଗୌତମ ଦାସ। ଏଥିସହ ଖେଡା ହସିଉଠିଥିଲେ।  ଯାହାକୁ ନେଇ ବିଜେପି ନେତାମାନେ ଖେଡାଙ୍କୁ ସମାଲୋଚନା କରିଥିଲେ। ଖେଡାଙ୍କ ବିରୋଧରେ ଲକ୍ଷ୍ନୌ ଓ ବାରାଣସୀରେ ମଧ୍ୟ ମାମଲା ଦାୟର ହୋଇଥିଲା।

Leave a Reply

Your email address will not be published. Required fields are marked *