ବିଧାନସଭା ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହକାର୍ଯ୍ୟ । ପ୍ରଥମରୁ ମଦମୃତ୍ୟୁ ଓ ଇଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ ତାରା ବାହିନୀପତି ଓ ଅନ୍ୟ ବିଧାୟକ । ଚିକିଟିରେ ମଦମତ୍ୟୁକୁ ନେଇ ଗୃହ ସରଗରମ ହୋଇଥିଲା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଥିଲେ । ଫଳରେ ପ୍ରଥମରେ ସକାଳ ସାଢେ ୧୧ଟା ଯାଏଁ ଗୃହ ମୂଲତବୀ କରାଯାଇଥିବାବେଳେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତଥାପି ବିଧାୟକମାନେ ହଟ୍ଟଗୋଳ କରିବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now