ରାଷ୍ଟ୍ରପତି ଦୌଡରୁ ଓହରିବାକୁ ସିହ୍ନାଙ୍କୁ ଅନୁରୋଧ

Spread the love

ମୁମ୍ବାଇ: ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବେଳେ ଏହା ପୂର୍ବରୁ ଭଞ୍ଚିତ ବହୁଜନ ଅଘାଡି ପାର୍ଟିର ଜାତୀୟ ସଭାପତି ପ୍ରକାଶ ଆମ୍ବେଦକର ଶନିବାର ଦିନ ବିରୋଧୀ ପ୍ରାର୍ଥୀ ଜଶୱନ୍ତ ସିହ୍ନାଙ୍କୁ ଦୌଡରୁ ଓହରି ଯିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ବହୁ ଏସଟି ଓ ଏସଟି ସଦସ୍ୟ ବିଭିନ୍ନ ଦଳରେ ରହିଥିବାରୁ ସେମାନଙ୍କ ସମର୍ଥନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରୁଛନ୍ତି। କଂଗ୍ରେସ ନେତୃତ୍ବରେ ବିରୋଧୀ ମେଣ୍ଟ ଜସୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିଛି। ସେପଟେ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି।

ଦ୍ରୌପଦୀଙ୍କୁ ପ୍ରାର୍ଥୀ କରାଯିବା ପରେ ୟୁପିଏର ସହଯୋଗୀ ଦଳ ମଧ୍ୟରୁ ଅନେକ ଦ୍ରୌପଦୀ ଜଣେ ମହିଳା ଓ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଏପରି କି କଂଗ୍ରେସ ଓ ଏନସିପି ସହ ମହାରାଷ୍ଟ୍ରରେ ମେଣ୍ଟ କରିଥିବା ଶିବସେନା ମେଣ୍ଟ ନିଷ୍ପତ୍ତିକୁ ଏଡାଇ ଦ୍ରୌପଦୀଙ୍କୁ ସମର୍ଥନ କରୁଛନ୍ତୁ। ସେହିପରି ସମାଜବାଦୀ ପାର୍ଟି, ଆରଜେଡି, ଜେଏମଏମ ଆଦି ଦଳ ମଧ୍ୟ ୟୁପିଏ ପ୍ରାର୍ଥୀଙ୍କ ବଦଳରେ ଦ୍ରୌପଦୀଙ୍କୁ ସମର୍ଥନ କରୁଛନ୍ତି। ଏପରି ସମୟରେ ଜଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ଦୌଡରୁ ଓହରି ଯିବାକୁ ଅନୁରୋଧ କରିଛନ୍ତି ପ୍ରକାଶ ଆମ୍ବେଦକର।

  • ଶିଳା ରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *