() ତେଲେଙ୍ଗାନାରେ ବିଗ୍ ପଲିଟିକାଲ ଡ୍ରାମା। ଟିଆରଏସର ୪ ବିଧାୟକଙ୍କୁ ଦଳ ଛାଡି ବିଜେପିରେ ମିଶାଇବାକୁ କୁଆଡ଼େ ବିଜେପି କରି ଥିଲା ବିଗ୍ ଡିଲ୍। ଦଳ ଛାଡ଼ିବାକୁ ପ୍ରତି ବିଧାୟକଙ୍କୁ ଶହେ କୋଟି ଟଙ୍କା ଯଚା ଯାଇଥିଲା। ସପ୍ତାହକ ଆଗରୁ ବିଧାୟକଙ୍କ ସହ ମୂଲଚାଲକୁ ନେଇ ତେଲେଙ୍ଗାନା ରାଜନୀତିରେ ହଇଚଇ ଖେଳିଥିଲା। ସେତେବେଳେ କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କ କଥା ସାମ୍ନାକୁ ଆସିଥିଲା। ଆଉ ଅଡ଼ିଓ ଭିଡିଓକୁ ସାର୍ବଜନୀନ କରି ମୁଖ୍ୟମନ୍ତ୍ରୀ କେସିଆର ଏବେ ଦଳର ୩ ଶୀର୍ଷ ନେତାଙ୍କ ସହ ବିଏଲ ସନ୍ତୋଷଙ୍କ ନାଁ ବି ପଦାକୁ ଆଣିଛନ୍ତି। କେମିତି ଥିଲା ପୁରା ପ୍ରକରଣ, ନଜର ପକାନ୍ତୁ ଏହି ରିପୋର୍ଟରେ।
ଅକ୍ଟୋବର ୨୬। ବିଳମ୍ୱିତ ରାତିରେ ମୋଇନାବାଦରେ ଏହି ୪ ବିଧାୟକଙ୍କୁ କିଣିବାକୁ ମୂଲଚାଲ ଚାଲିଥିଲା। ଆଉ ବିଜେପି ପକ୍ଷରୁ ଡିଲ୍ କରିଥିଲେ ୩ ଜଣ। ଟିଆରଏସର ୪ ବିଧାୟକ ହେଲେ, ଗୁଭାଲା ବାଲରାଜୁ, ହର୍ଷବର୍ଦ୍ଧନ ରେଡ୍ଡୀ, ରେଗା କାନ୍ଥା ରାଓ ଓ ପାଇଲଟ ରୋହିତ ରେଡ୍ଡୀ। ଏହି ୪ ବିଧାୟକ ପୁଲିସକୁ ସୂଚନା ଦେଇଥିଲେ କି, ସେମାନଙ୍କୁ ଟଙ୍କା ଓ ପଦପଦବୀର ଲାଳସା ଦେଖାଇ ବିଜେପିକୁ ନେବାକୁ ବାଧ୍ୟ କରାଯାଇଛି। ଆଉ ଯେଉଁ ୩ ଜଣ ବିଜେପି ଲାଗି ଡିଲ୍ କରୁଥିଲେ, ସେମାନେ ହେଲେ ନନ୍ଦ କୁମାର, ସ୍ୱାମୀ ରାମଚନ୍ଦ୍ର ଭାରତୀ ଓ ସିମାୟୁଲୁ। ଆଉ ଡିଲ୍ ହେଉଥିଲା ବେଳେ ପୁଲିସ୍ ରେଡ୍ କରିଥିଲା। ଏହାର ଭିଡିଓ ଜବରଦସ୍ତ ଭାଇରାଲ ହୋଇଥିଲା। ତେବେ ବିଧାୟକଙ୍କୁ କିଣିବାକୁ ଯେଉଁ ୩ ଜଣ ଡିଲ୍ କରୁଥିଲେ, ସେମାନେ ବିଜେପିର ଏଜେଣ୍ଟ ବୋଲି କୁହାଗଲା। ସାଇବରାବାଦ ପୁଲିସ କମିଶନର କହିଥିଲେ, ଘଟଣାସ୍ଥଳରୁ ଶହେ କୋଟି ଟଙ୍କା ଜବତ ହୋଇଛି। ନନ୍ଦ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କର ସବୁଠୁ ଘନିଷ୍ଠ ବୋଲି କୁହାଯାଉଛି।
ନିର୍ବାଚିତ ସରକାର ପ୍ରତି ବିପଦ ସୃଷ୍ଟି କରିବା ଭଳି ଏଭଳି ଷଡ଼ଯନ୍ତ୍ରରୁ ବିଜେପି କ୍ଷାନ୍ତ ନ ରହିଲେ ଆଗକୁ ବିଷମ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାଇଦେଇଥିଲା ଟିଆରଏସ। ଅନ୍ୟ ରାଜ୍ୟରେ ଚଳିବ, ତେଲେଙ୍ଗାନାରେ କରିବାକୁ ଦିଆଯିବନି। ଆଉ ବିଜେପି କାଉଣ୍ଟରରେ କହିଥିଲା କି, ଏ ସବୁ କେସିଆରଙ୍କ ସ୍କ୍ରିପଟେଡ୍ ଡ୍ରାମା। ଷ୍ଟୋରୀ, ସ୍କ୍ରିନ୍ପ୍ଲେ ଓ ଡାଇରେକ୍ସନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର୍। ଯଦି ପୁଲିସ ସତକୁ ପଦାକୁ ଆଣିବାକୁ ଚାହୁଁଛି, ତାହାହେଲେ ଆଗ ଡେକାନ କିଚେନ ହୋଟେଲ, ଫାର୍ମ ହାଉସ, ପ୍ରଗତି ଭବନର ସିସିଟିଭି ଫୁଟେଜ୍ ଜବତ ସହ ସମସ୍ତ ୪ ବିଧାୟକ ଓ ୩ ଅଭିଯୁକ୍ତଙ୍କ କଲ୍ ଲିଷ୍ଟ ମଗାଉ। ପୁଲିସ କାହିଁକି ବିଧାୟକଙ୍କ ଷ୍ଟେଟମେଣ୍ଟ ରେକର୍ଡ କରୁନି।
ସେପଟେ ବିଜେପିର ତୁଙ୍ଗ ନେତା ବିଏଲ ସନ୍ତୋଷଙ୍କ ନାଁ ଏହି ଡିଲ୍ ପଛର ମୁଖ୍ୟ କାର୍ପଟଦାର ବୋଲି ଅଡ଼ିଓ ବାର୍ତ୍ତାଳାପରେ ଏଜେଣ୍ଟ କହୁଥିବା ଦେଖାଦେଇଛି। ଡିଲ୍ କରୁଥିବା ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ର ଭାରତୀ ଟିଆରଏସର ବିଧାୟକ ପାଇଲଟ ରୋହିତ ରେଡ୍ଡୀଙ୍କ ସହ ଟେଲିଫୋନରେ କଥା ବେଳେ ସନ୍ତୋଷଙ୍କ ନାଁ ଧରିଥିଲେ।
ପ୍ରାୟ ୧୪ ମିନିଟର ଏହି ଅଡ଼ିଓ ବାର୍ତ୍ତାଳାପରେ ରେଡ୍ଡୀ ଯଦି ବିଜେପିକୁ ଚାଲିଆସନ୍ତି, ତେବେ ଇଡିରୁ ଇନକମ୍ ଟାକ୍ସ, କେଉଁଠି ବି ଅସୁବିଧା ହେବନି ବୋଲି ନିର୍ଭର ପ୍ରତିଶୃତି ଦିଆଯାଇଥିଲା। ସନ୍ତୋଷ ନିଜେ ଦଳର ନମ୍ୱର ଟୁ-ଙ୍କ ସହ ଅହମଦାବାଦ ଯାଇଛନ୍ତି। ଆଉ ଡିଲ୍ ପକ୍କା କରିବେ। ଦଳ ଶିକ୍ଷିତ ନେତା ଦରକାର କରୁଛି। ଏହି ବାର୍ତ୍ତାଳାପ ଭିତରେ ଅନ୍ୟ ଅଭିଯୁକ୍ତ ନନ୍ଦ କୁମାର ହସ୍ତକ୍ଷେପ କରି ମିଟିଂକୁ ଅକ୍ଟୋବର ୨୫ ପରେ କରିବାକୁ କହୁଛନ୍ତି। କାରଣ ପରାଗ ପଡ଼ୁଥିଲା ୨୫ରେ। ଏ ସବୁ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଜି.କିଶାନ ରେଡ୍ଡୀ ବି ଖଣ୍ଡନ କରିଥିଲେ। ଏହି ପୁରା ପ୍ରକରଣର ସିବିଆଇ ତଦନ୍ତ ନଚେତ୍ ସୁପ୍ରିମକୋର୍ଟର ଜଣେ ସିଟିଂ ବିଚାରପତିଙ୍କ ଦ୍ୱାରା କରିବାକୁ ଦାବି କରିଥିଲେ କିଷାନ ରେଡ୍ଡୀ।
ମୁନୁଗୋଡ଼ା ଉପନିର୍ବାଚନ ଆଗରୁ ଏ ସବୁ ଡ୍ରାମା ବୋଲି ଗୋଟିଏ ପଟେ ଚର୍ଚ୍ଚା ଚାଲିଛି। କିନ୍ତୁ ଅଡ଼ିଓ ଭିଡ଼ିଓ କିଛି ଅଲଗା କହୁଛି। ସଂଖ୍ୟା ଗଣିତ ଦୃଷ୍ଟିରୁ ଟିଆରଏସ ବା ଏବେ ନୂଆ ନାଁ ପାଇଥିବା ବିଆରଏସ ଦଳ ପ୍ରତି କୌଣସି ବିପଦ ନାହିଁ। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ଏକାକୀ ୧୦୩ ଆସନ ହାତେଇଛି ବିଆରଏସ। ବିଜେପି ହାତରେ ମାତ୍ର ଦୁଇଟି ଆସନ ଥିଲା ବେଳେ କଂଗ୍ରେସ ହାତରେ ୫ ଓ ଏଆଇଏମଆଇଏମ ହାତରେ ୭ଟି ଆସନ ରହିଛି। ଏଠି ସରକାର ଭାଙ୍ଗିବା କଥା ଆସୁଛି କେଉଁଠୁ। ଆଉ ଯଦି ବା ପ୍ରାୟୋଜିତ କୁହାଯିବ, ତେବେ ଏ ସବୁ ଅଡ଼ିଓ ଭିଡ଼ିଓ କଅଣ ମିଛ।
ପ୍ରଦୀପ ନାୟକଙ୍କ ରିପୋର୍ଟ
ଅକ୍ଟୋବର ୨୭ରୁ ଏମଏଲଏ ବାଇଂ ଓ ତେଲେଙ୍ଗାନା ଟ୍ୱିଷ୍ଟ ପ୍ୟାକେଜରୁ ଭିଜୁଆଲ ବାଇଟ ପଡ଼ିବ। ଅଡ଼ିଓ ଆଜି ଇନପୁଟରେ କେସିଆର ନାଁରେ ପଡ଼ିଛି। ବିଏଲ ସନ୍ତୋଷଙ୍କର ଭିଜୁଆଲ ଓ ଫଟୋ କିଛି ଡାଉନଲୋଡ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now