‘ଦେଶରେ ଡର ଓ ଘୃଣାର ବାତାବରଣ ସୃଷ୍ଟି କରୁଛି ବିଜେପି ଓ ଆରଏସଏସ’

Spread the love

ନୂଆଦିଲ୍ଲୀ; ଜାଣିଶୁଣି ଦେଶରେ ଡର ଓ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି ବୋଲି ବିଜେପି ଓ ଆରଏସଏସକୁ ଟାର୍ଗେଟ କରି ରବିବାର ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ହଲ୍ଲା ବୋଲ ରାଲିରେ ଯୋଗଦେଇ ରାହୁଲ କହିଛନ୍ତି, ଦେଶରେ ମୋଦି ସରକାରରେ ଭବିଷ୍ୟତର ଡର, ଦରଦାମର ଡର ଓ ବେରୋଜଗାରୀ ଡର ବଢିବାରେ ଲାଗିଛି।

ଦେଶରେ ବିଜେପି ସରକାର ଆସିବା ପରେ କିପରି ଦେଶବ୍ୟାପୀ ଘୃଣା, କ୍ରୋଧ ବୃଦ୍ଧି ପାଉଛି ତାହା ଆପଣମାନେ ଦେଖୁଥିବେ। ରାହୁଲଙ୍କ ମୁତାବିକ, ଯାହା ଭିତରେ ଡର ରହିଛି, ତା ହୃଦୟରେ ଘୃଣା ସୃଷ୍ଟି ହୋଇଥାଏ। ଯାହାକୁ ଡର ଲାଗେନି, ତାର ହୃଦୟରେ ଘୃଣା ସୃଷ୍ଟି ହୁଏନାହିଁ।

ଦେଶରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଡର ବୃଦ୍ଧି ପାଉଛି, ଯାହାକୁ ନେଇ ଘୃଣା ବଢୁଛି। ଘୃଣାରୁ ଦେଶ ବିଭାଜିତ ଓ କମଜୋର ହୋଇଥାଏ। ବିଜେପି ଓ ଆରଏସଏସ ନେତା ଦେଶକୁ ବାଣ୍ଟିଥାନ୍ତି ତଥା ଜାଣିଶୁଣି ଦେଶରେ ଭୟ ଓ ଘୃଣା ସୃଷ୍ଟି କରନ୍ତି। ଯାହାର ଫାଇଦା ସେମାନେ ଓ ସେମାନଙ୍କ ନିକଟତର ଲୋକ ନେଉଛନ୍ତି। ସବୁ ଲାଭ ଦୁଇଟି ଉଦ୍ୟୋଗପତିଙ୍‌ଙ୍କୁ ଯାଉଛି, ଏସମ୍ପର୍କରେ ବାକି ଉଦ୍ୟୋଗପତିଙ୍କଠାରୁ ବୁଝାଯାଇ ପାରେ।

Leave a Reply

Your email address will not be published. Required fields are marked *