ପିଏମ୍ ଆବାସ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି

Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି ଭାରତୀୟ ଜନତା ପାର୍ଟି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ।

ସେ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖନ୍ତୁ । ପିଏମ୍ ଆବାସ ବଣ୍ଟନ ପାଇଁ ବିଜେଡି ଟଙ୍କା ଆଦାୟ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ଲୋକଙ୍କ ଠାରୁ ୨୦ରୁ ୨୫ ହଜାର ଟଙ୍କା ଚାନ୍ଦା ଆଦାୟ କରୁଛି । ରାଜନୀତି କାରଣରୁ ବଞ୍ଚିତ ଲୋକଙ୍କୁ ତୁରନ୍ତ ପକ୍କା ଘର ଦିଅନ୍ତୁ ବୋଲି କହିବା ସହ ସେ ଭିତରେ ନ ଦେଲେ ସବୁ ବ୍ଲକରେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *