ବିଜେପି ସିଏମ ପୋଷ୍ଟ ଅଫର ଦେଇଛି: ସିସୋଦିଆ

Spread the love

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜରିୱା ସୋମବାର ଦିନ ଗୁଜୁରାଟ ନିର୍ବାଚନକୁ ଦୃଷ୍ଟିରେ ରଖି ଉନ୍ନତମାନର ସୁସ୍ଥ  ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ସିବିଆଇ ରେଡକୁ ନେଇ ଉଭୟ ବିଜେପିକୁ ଟାର୍ଗେଟ କରିଛନ୍ତି। 

ଦିଲ୍ଲୀ ଓ ପଞ୍ଜାବରେ ଆପ ସରକାର ଗଠନ ପରେ ଏବେ ଅନ୍ୟ ରାଜ୍ୟ ଉପରେ ପକାଇବାରେ ଲାଗିଛି ନଜର। ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବୁକୁ ଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ  ଦିଲ୍ଲୀ  ଓ ପଞ୍ଜାବ ପରି ଗୁଜୁରାଟରେ ସରକାର ଗଠନ କଲେ ମାଗଣା ଉନ୍ନତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସିବିଆଇ ରେଡକୁ ନେଇ ସିସୋଦିଆ ବିଜେପି ଉପରେ ବର୍ଷିବାକୁ ମଧ୍ୟ ପଛେଇ ନାହାନ୍ତି। ମନିଷ କହିଛନ୍ତି, ବିଜେପି ପକ୍ଷରୁ ତାଙ୍କୁ ଅଫର ଦିଆଯାଇଛି। ସେପଟେ କିଏ ଅଫର ଦେଇଥିଲା ପଚରା ଯିବାରୁ ମନିଷ ସିଧା ଉତ୍ତର ନ ଦେଇ ବିଜେପିକୁ ପଚାରିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।

ତେବେ ଏହାକୁ ନେଇ ସେ କହିଛନ୍ତି କି, ମୋତେ ବିଜେପିର ଅଫର ଆଶ୍ଚର୍ଯ୍ୟ କରିଥିଲା।  ଏହାର ଦୁଇଟି ଦିଗ ଥିଲା, ଗୋଟିଏ ବିଜେପିରେ ସାମିଲ ହେଲେ ମୋ ବିରୋଧରେ ଲାଗିଥିବା ସବୁ ଅଭିଯୋଗକୁ ଉଠାଇ ନିଆଯିବ ଓ ଦ୍ବିତୀୟଟି ଆପକୁ ଭାଙ୍ଗି ବିଜେପିରେ ସାମିଲ କରି ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କୁହାଯାଇଥିଲା। ସେ ଆହୁରି କହିଛନ୍ତି କି, ତାଙ୍କୁ କୁହାଯାଇଥିଲା କି, ମୋ ପାଖରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କେହି ପ୍ରାର୍ଥୀ ନାହିଁ, ତେଣୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିଦେବି। ହେଲେ ଏହାକୁ ନେଇ ମନିଷଙ୍କ ଉତ୍ତର ଥିଲା, ସିବିଆଇ ଓ ଇଡି ମାମଲା ସମ୍ପୂର୍ଣ୍ଣ ମିଛ ତଥା ମୁଁ ଜଣେ କଟ୍ଟର ବିଶ୍ବସ୍ଥ। ତେଣୁ ଡରିବାର କିଛି ନାହିଁ।  ମୋର ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର କୌଣସି ଲକ୍ଷ୍ୟ ନାହିଁ। ଦିଲ୍ଲୀର ପ୍ରତି ପିଲାକୁ ଉତ୍ତମ ଶିକ୍ଷା ଦେବା ଲକ୍ଷ୍ୟରେ ରାଜନୀତିକୁ ଓହ୍ଲାଇଛି। ଏହି ଲକ୍ଷ୍ୟ କେବଳ କେଜରିୱାଲ ପୂରା କରି ପାରିବେ।

କିଏ ବୋଲି ପଚରା ଯିବାରୁ ସେ ସିଧା ଉତ୍ତର ଦେଇ ନ ଥିବା ବେଳେ କହିଛନ୍ତି କି, ସେ ମୋତେ କହିଲେ, ପଶ୍ଚିମ ବଙ୍ଗରେ ସୁଭେନ୍ଦୁ ଅଧିକାରୀକୁ ମୁଁ ବିଜେପିକୁ ଆଣିଛି, ହେମନ୍ତ ବିଶ୍ବ ସରମାଙ୍କୁ ମୁଖ୍ୟମନ୍ତ୍ରୀ  କରାଇଛି, ନାରାୟଣ ରାଣେକୁ ଦଳକୁ ଆଣିଛି।

Leave a Reply

Your email address will not be published. Required fields are marked *