୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଯୋଜନା ବୈଠକ

Spread the love

କେନ୍ଦ୍ରାପଡ଼ା : ୨୦୨୪ ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି କେନ୍ଦ୍ରାପଡା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କର ୯ବର୍ଷ ସଫଳତାର ପୁର୍ତି ନିମନ୍ତେ ଜିଲ୍ଲାର ପ୍ରତି ପରିବାରରେ କେନ୍ଦ୍ର ସରକାରଙ୍କର ଜନ ହିତକର ଯୋଜନା ଓ ତାର ସଫଳତାର ବାର୍ତା ପହଁଚାଇବାର ଯୋଜନା କରାଯାଇଛି । ମଙ୍ଗଳବାର ଦିନ ମାଧପୁର ଠାରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଜେପିର ନେତା ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଅଲେଖ କୁମାର ଜେନା, ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ, ତେଜେଶ୍ୱର ପରିଡା, କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବହେରା, ମାନସ ମହାନ୍ତି, କଳ୍ପନା ମଲିକ, ଜିଲ୍ଲା ସାଧାରଣ ସଂପାଦକ ଅଭିମନ୍ୟୁ ଗୋଛାୟତ ପ୍ରମୁଖ ଯୋଗ ଦେଇ ଆଗାମୀ ମଇ ମାସ ୩୦ ରୁ ଜୁନ ୩୦ ପର୍ଯ୍ୟନ୍ତ ଏକ ମାସ ମଧ୍ୟରେ ଜନ ସଚେତନତା ଦୃଷ୍ଟିରୁ ସମସ୍ତ ମଣ୍ଡଳ, ଶକ୍ତିକେନ୍ଦ୍ର ଓ ବୁଥ୍ ସ୍ତରରେ ବ୍ୟାପକ ଜନ ସଂପର୍କ ଆୟୋଜନ କରି କେନ୍ଦ୍ର ସରକାରଙ୍କର ଲୋକ କଲ୍ୟାଣ ପଦକ୍ଷେପ ଓ ଉପଲବ୍ଧି ଲୋକଙ୍କ ନିକଟରେ ପହଁଚାଯିବ ବୋଲି ମତବ୍ୟକ୍ତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପ ସଭାପତି ଉପୀନ କୁମାର ରାଉତ ଆଗମୀ ଯୋଜନା, ସାଧାରଣ ସଂପାଦକ ଶଶାଙ୍କ ଶେଖର ସେଠୀ ବିଧାନସଭାସ୍ତରୀୟ ବୈଠକ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ କେଶରୀ ରାଉତରାୟ, ଶୋଭନ ଆଚାର୍ଯ୍ୟ, ଅମିତାବ ସୁଆର, ପ୍ରିୟ ଦର୍ଶନୀ ନନ୍ଦ, ଓମ୍ ପ୍ରସାଦ ପତି, ଅସୀମା ନାୟକ, କ୍ଷୀରୋଦ ବରାଳ, ମୁକ୍ତିକାନ୍ତ ସ୍ୱାଇଁ, ନିହାର ନାୟକ, ରାଜେନ୍ଦ୍ର ସାମଲ, ବୁରହାନ ଅଲ୍ଲୀ ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *