ବିଜେପିର ରାସ୍ତା ରୋକ

Spread the love

ପୁରୀ: ନିମାପଡା ବିଜେପି ପକ୍ଷରୁ ରାସ୍ତା ରୋକ। ଆଜି ବିଜେପି ପକ୍ଷରୁ କାକଟପୁର କୋଣାର୍କ ମୁଖ୍ୟ ରାସ୍ତାର ଦୋଳବେଦୀ ଛକ ନିକଟରେ ରାସ୍ତାରୋକ କରିଛି ବିଜେପି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଇସ୍ତଫା ଦାବୀ ସହ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ଏ ନେଇ ରାସ୍ତାରୋକ କରିଛି ବିଜେପି। ଯଦି ସଠିକ ତଦନ୍ତ କରା ନ ଯାଏ ଆଗାମୀ ଦିନରେ ବିଜେପି ଆନ୍ଦୋଳନ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି। ବିଜେପି ଉପ ସଭା ନେତ୍ରୀ ପ୍ରଭାତି ପରିଡା, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ବାଇଧର ମଲ୍ଲିକ ବ୍ରହ୍ମଗିରି ବିଧାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ଥିଲେ। ବିଜେପି ପକ୍ଷରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଛି।

Leave a Reply

Your email address will not be published. Required fields are marked *