ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

Spread the love

ବୌଦ୍ଧ: ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଅଗ୍ନିକାଣ୍ଡ। ଔଷଧ ବିତରଣ କେନ୍ଦ୍ରରେ ଲାଗିଲା ନିଆଁ। ନିଆଁକୁ ଆୟତ କରିବାକୁ ଦମକଳ ବାହିନୀର ଉଦ୍ୟମ ଜାରି। ବହୁ ଔଷଧପତ୍ର ପୋଡ଼ି ଯାଇଥିବା ସୂଚନା। ସୂଚନା ଅନୁଯାୟୀ, ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରର ଗୋଦାମ ଗୃହରୁ ହଠାତ ଧୂଆଁ ବାହାରିବା ଦେଖିଥିଲେ ମେଡିକାଲ କର୍ମଚାରୀ। କବାଟ ଖୋଲି ଦେଖିବାରୁ ନିଆଁ ଗୋଦାମ ଗୃହରେ ନିଆଁ ଜଳୁଛି। ତେବେ ମେଡିକାଲ କର୍ମଚାରୀ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛନ୍ତି।  ନିରାମୟ କେନ୍ଦ୍ରର ବହୁ ଔଷଧପତ୍ର ପୋଡ଼ି ଯାଇଥିବା ବେଳେ ଔଷଧ ବିତରଣ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *